ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ବାୟୁସେନା କର୍ମଚାରୀ ମୃତ

Spread the love

ନୂଆଦିଲ୍ଲୀ,୨୨/୦୮ (ସନ୍ଧାନ ନିଉଜ) : ଗତ ବୁଧବାର ଦିନ ରାଜସ୍ଥାନର ବାଡମେର୍‌ ଜିଲ୍ଲାରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭାରତୀୟ ବାୟୁସେନାର ତିନି ଜଣ କର୍ମଚାରୀ। ଏହି ଦୁର୍ଘଟଣାରେ ୩ ଜଣ ଯବାନଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ବାଡମେର୍ ଜିଲ୍ଲାର ପୋଲିସ ଅଧ୍ୟକ୍ଷକ ଶିବରାଜ ମିଣାଙ୍କ କହିବା ଅନୁଯାୟୀ, ଆଠ ଜଣ ବାୟୁସେନା କର୍ମଚାରୀ ଗୋଟାଏ ସର୍ଭିସ୍‌ ଗାଡ଼ିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୂର୍ବାହ୍ନ ୧୦:୧୫ ଦୁର୍ଘଟଣା ଘଟିଥିଲା।ରିପୋର୍ଟ ଅନୁଯାୟୀ, ଘଟଣା ସ୍ଥଳରେ ଆହତ ହୋଇଥିବା ଯବାନଙ୍କୁ ବିମାନ ଯୋଗେ ଯୋଧପୁର ମିଲଟାରି ହସ୍‌ପିଟାଲ୍‌କୁ ନିଆଯାଇଥିଲା। ଦୁଃଖଦ ଘଟଣା ପାଇଁ ନିହତ କର୍ମଚାରୀଙ୍କ ପରିବାର ପ୍ରତି ଭାରତୀୟ ବାୟୁସେନା ଗଭୀର ଶୋକ ପ୍ରକାଶ କରିଛି। ଦୁର୍ଘଟଣାର ତଦନ୍ତ କରାଇବାକୁ ବାୟୁସେନା କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି।

Related Posts

About The Author

Add Comment