ସବୁଠି ଚାଲିଛି ୩୭୦ ଚର୍ଚ୍ଚା!

Spread the love

ରାଉରକେଲା:୦୯/୮(ସନ୍ଧାନ ନିଉଜ) ରାଉରକେଲାର ପରିବା ବଜାର ଠାରୁ ଆରମ୍ଭ କରି ମାଛ ବଜାର ପର୍ଯ୍ୟନ୍ତ ଏଠି, ସେଠି, ସବୁଠି ଧାରା ୩୭୦ର ଚର୍ଚ୍ଚା । ପଡ଼ିଆ ପାଖ କଲୋନୀର ମଉସା କହୁ କହୁ କହି ପକାଇଲେ, ଯାହା ହେଉନା କାହିିଁକି ମୋଦି ସରକାର କାମ ଖଣ୍ଡେ କରିଛି । ଯାହା ପୁରୁଣା କାଳିଆ ନେତା କରି ପାରିଲେନି ମୋଦି ତାହା କରି ଦେଖାଇଲେ । ତାଙ୍କ ନାତି ଏବେ କୁଆଡ଼େ ଜମ୍ମୁ କାଶ୍ମୀର ବେପାର କରିବାକୁ ସଜବାଜ ହେଲାଣି । ସେହିପରି ସାରନଗରୀର କିଛି ପଇସାବାଲା ଲୋକ ସେଠାରେ ଜମି କିଣିବାକୁ ମଧ୍ୟ ମନ ବଳେଇଲେଣି । ଜମି ଖଣ୍ଡେ କିଣି ପରେ ଅମୂଲ ମୂଲରେ ବିକିବାରେ କିଛି କ୍ଷତି ନାହିଁ ବୋଲି ଅଂଚଳର ଜଣେ ଜମି କିଣାବିକା ଏଜେଂଟ ପାନ ଦୋକାନରେ ପାନ ଖାଇବା ବେଳେ ତୁଣ୍ଡରେ କହି ପକାଇଥିଲେ । ଅଂଚଳରେ ରହୁଥିବା କିଛି ମୁସଲିମ ସଂପ୍ରଦାୟର ବ୍ୟକ୍ତି ମାନେ ମଧ୍ୟ ଧାରା ୩୭୦ ଉଠିବା ଦ୍ୱାରା କାଳେ ବହୁତ ଖୁସି । ଏଥର ଯାହାହେଉ ପ୍ରଥମ ଥର ଲାଗି କେନ୍ଦ୍ରଶାସିତ ଅଂଚଳ ଜାମ୍ମୁ- କାଶ୍ମୀର ଓ ଲଦାଖରେ ତ୍ରୀରଙ୍ଗା ଉଡ଼ିପାରିବ ।

Related Posts

About The Author

Add Comment