ଆରଏମସି ନିର୍ବାଚନ ପାଇଁ ଜର୍ଜ କଂଟା: ମଙ୍ଗଳା

Spread the love

ରାଉରକେଲା,୭/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ରାଉରକେଲା ମହାନଗର ନିଗମ(ଆରଏମସି) ନିର୍ବାଚନ ନେଇ ଗତ କିଛି ଦିନ ହେଲା ବୀରମିତ୍ରପୁର ପୂର୍ବତନ ବିଧାୟକ ଓ କଂଗ୍ରେସ ଦଳର କେତେକ ନେତା ଯେଉଁ ଆନେ୍ଦାଳନ କରୁଛନ୍ତି ଓ ବିିବୃତି ଦେଇ ଚାଲିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉର୍ଦ୍ଦିଷ୍ଟ । ଏହି ଆନେ୍ଦାଳନ ଜର୍ଜ ତିର୍କୀଙ୍କ ଦୋ ମୁହାଁ ନିତୀର ପରିଚୟ ଦେଉଛି ବୋଲି ଆଜି ରାଉରକେଲା ପାନପୋଷ ସ୍ଥିତ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିଶାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଆରଏମସି ନିର୍ବାଚନ କେବଳ ଜର୍ଜ ତିର୍କୀଙ୍କ ହାତଗଣତି ସମର୍ଥକଙ୍କ ପାଇଁ ବନ୍ଦ ହୋଇ ରହିଛି ବୋଲି ସୁନ୍ଦରଗଡ଼ ଜିଲା ବିଜେଡ଼ି ସଭାପତି ମଙ୍ଗଳା କିସାନ ସୂଚନା ଦେଇଥିଲେ । ଅପରପକ୍ଷରେ ରାଉରକେଲା ମହାନଗର ନିଗମ କେବେ ହେବ, ଏହାର ଉତର ରାଜ୍ୟ ସରକାର ରଖି ସାରିଛନ୍ତି । ଏହାର ବିଚାର ପ୍ରକିୟା ଶେଷ ହେଲେ ପୂର୍ଣ୍ଣାଙ୍ଗ ମହାନଗର ଗଠନ ସହିତ ନିର୍ବାଚନ ହେବ । ନିଜେ ଜର୍ଜ ତିର୍କୀ ଓ ତାଙ୍କ ସମର୍ଥକ ହାଇକୋର୍ଟରେ କେଶ କରି ମହାନଗର ଓ ଏହାର ନିର୍ବାଚନକୁ ଅଟକାଇଥିବା ବେଳେ, ଏବେ ଲୋକଙ୍କ ଆଗରେ ମହାନଗର ନେଇ ଜର୍ଜ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ କିସାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ଯଦି ଜର୍ଜ ଆରଏମସି ନିର୍ବାଚନ ହେବାକୁ ଚାହୁଛନ୍ତି, ତେବେ ତାଙ୍କ ସମର୍ଥକ ମାନଙ୍କୁ କହି ପ୍ରଥମେ କୋର୍ଟରୁ କେଶ ଉଠାଇବା ପାଇଁ ଶ୍ରୀ ମଙ୍ଗଳା ଜର୍ଜଙ୍କୁ ଖୋଲା ଆହ୍ୱାନ ଦେଇଥିଲେ । କେବଳ ଆରଏମସି ନିର୍ବାଚନ ନୁହେଁ ଜର୍ଜ ଓ ତାଙ୍କ ସମର୍ଥକ ମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯେପରି ରାଉରକେଲାରେ ହେବାକୁ ଥିବା କୃଷି ବିଜ୍ଞାନ କେନ୍ଦ୍ର, ବ୍ରାହ୍ମଣୀ ଦ୍ୱିତୀୟ ସେତୁ କାର୍ଯ୍ୟରେ ବାଧକ ସାଜିଛନ୍ତି ବୋଲି ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ମଙ୍ଗଳା କିସାନ ଯୁକ୍ତି ବାଢିଛନ୍ତି । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସୁଦାମ ଦାଶ, ଅମରେଶ ପଣ୍ଡା, ଜିତୁ ଦାସ, ରାମଚନ୍ଦ୍ର ପଣ୍ଡ ।ଓ ରଶ୍ମିବାଳା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶିଳ୍ପନଗରୀ ଭାବେ ପରିଚିତ ସ୍ମାର୍ଟସିଟି ରାଉରକେଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ୨ ଜଣ ନାବଳକ ଦୁର୍ଷ୍ମମ କରିଥିବା ଥାନାରେ ଅଭିଯୋଗ ହୋଇଛି ।

Related Posts

About The Author

Add Comment