ଡେଙ୍ଗୁକୁ ସୁହାଉଛି ବିପର୍ଯ୍ୟସ୍ତ ପରିମଳ,ସଚେତନତା ଜରୁରୀ
ଡେଙ୍ଗୁକୁ ସୁହାଉଛି ବିପର୍ଯ୍ୟସ୍ତ ପରିମଳ,ସଚେତନତା ଜରୁରୀ
Manas Kumar Rout |
August 5, 2019 |

ରାଉରକେଲା ୫/୮ (ସନ୍ଧାନ ନିୟୁଜ ): ବିଗତ ପ୍ରାୟ ଏକ ସପ୍ତାହ ହେବ ଆକାଶ ମେଘୁଆ ରହିବା ସହ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଲଗାଣ ବର୍ଷା ଯୋଗୁ ପ୍ରାୟ ସମସ୍ତ ବସ୍ତି ସନ୍ତସନ୍ତିଆ ହେବା ସହ ବସ୍ତିର ସ୍ଥାନେ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଜମି ରହିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଦକ୍ଷିଣ ରାଉରକେଲାରେ ଥିବା ୨୦ରୁ ଉର୍ଦ୍ଧ ବସ୍ତି ସମେତ କିଛି କଲୋନୀରେ ପରିମଳ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଅଂଚଳବାସୀଙ୍କୁ ଏବେ ମ୍ୟାଲେରିଆ, ଡେଙ୍ଗୁ ଚିନ୍ତା ଘାରିଛି । ଦକ୍ଷିଣ ରାଉରକେଲା ରଙ୍ଗୋଲି ଛକ ଠାରୁ ମଡର୍ଣ୍ଣ ଇଣ୍ଡିଆ ଏବଂ ଜଲଦା ଅଂଚଳରେ ରାସ୍ତା କଡ଼ରେ ରହିଛି ଅନେକ ଗ୍ୟାରେଜ । ସେ ଗୁଡ଼ିକରେ ଗଦା ଗଦା ଟାୟାର ପଡ଼ି ରହିଛି । ଏଥିରେ ପାଣି ଜମି ରହୁଛି, ଯାହାକି ଡେଙ୍ଗୁ ସଂକ୍ରମଣର କାରଣ ସାଜୁଥିବା ମଶାବଂଶ ବୃଦ୍ଧିରେ ସହାୟକ ହୋଇପାରେ । ରାସ୍ତା କଡ଼ରେ ମାଛ, ମାଂସ କାଟୁଥିବା ବ୍ୟବସାୟୀ ମାନଙ୍କ ଉପରେ ପ୍ରଶାସନର ଲଗାମ ନଥିବା କାରଣରୁ ମାଂସ କଟାଯାଇଥିବା ସ୍ଥାନରେ ଜମି ରହୁଛି ଦୂଷିତ ଜଳ । ସେହିପରି ଲୋକ ମାନେ ଗ୍ରୀଷ୍ମକାଳରେ ବ୍ୟବହାର କରୁଥିବା କୁଲର, ଅବ୍ୟବହୃତ ଟିଣ ଟବା, ଡ୍ରମ ଆଦି ଗୁଡ଼ିକରେ ବର୍ଷା ଜଳ ଜମି ରହିବା ଯୋଗୁ ମଂଶା ନିଜର ବଂଶ ବୃଦ୍ଧି କରୁଛନ୍ତି । ଆପରପକ୍ଷରେ ପ୍ରଶାସନ ପକ୍ଷରୁ ନିୟମିତ ମଶା ତେଲ ଓ ମଶା ଧୂଆଁ ନ ଦିଆଯିବା କାରଣରୁ ଦକ୍ଷିଣ ରାଉରକେଲାର ଅନେକାଂଶରେ ମଶାଙ୍କ ପ୍ରାଦୃଭାବ ବଢିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଏବେଠାରୁ ଡେଙ୍ଗୁ ସମ୍ପର୍କରେ ବିଭିନ୍ନ ବସ୍ତି ଓ କଲୋନୀରେ ସତେଚନତା କରାଗଲେ ଡେଙ୍ଗୁର ଭୟାବହତାରୁ ଅଂଚଳବାସୀ ବାସୀ ନିଶ୍ଚିତ ରୂପେ ରକ୍ଷା ପାଇପାରିବେ, ଏଥିରେ ସନେ୍ଦହ ନାହିଁ ।
Related Posts
About The Author