ଚାନ୍ଦୀପୁରରୁ ଭାରତର କ୍ଵିକ ରିଆକ୍ସନ ସରଫେସ-ଟୁ-ଏୟାର ମିସାଇଲର ସଫଳ ପରୀକ୍ଷଣ

Spread the love

ବାଲେଶ୍ୱର ୪/୮ (ସନ୍ଧାନ ନିଉଜ) : ଭାରତ ରବିବାରଦିନ ଓଡିଶାର ଚାନ୍ଦୀପୁର ସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ଆଇଟିଆର) ର କମ୍ପ୍ଲେକେସ ୩ ର ପରୀକ୍ଷଣ ରେଞ୍ଜରେ ଏକ ପରିଷ୍କୃତ ଅଲ-ୱେଦର ଏବଂ ଅଲ-ଟେରେନ କ୍ଵିକ ରିଆକ୍ସନ ସରଫେସ-ଟୁ-ଏୟାର ମିସାଇଲ (QRSAM) ର ପରୀକ୍ଷଣ କରିଛି।

କ୍ଵିକ ରିଆକ୍ସନ ସରଫେସ-ଟୁ-ଏୟାର ମିସାଇଲ (QRSAM), ଏହି ଅତ୍ୟାଧୁନିକ ମିସାଇଲକୁ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଭାରତୀୟ ସେନା ପାଇଁ ବିକଶିତ କରିଛି।

ଡିଆରଡିଓ ସୂତ୍ରରୁ ଜଣାପଡ଼ିଛି, କ୍ୟୁଆରଏସଏଏମ ଆଜି ୧୧.୦୫ ବେଳେ ମୋବାଇଲ ଟ୍ରକ-ଆଧାରିତ ଲଞ୍ଚ ୟୁନିଟ ଚାନ୍ଦୀପୁର ସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ଆଇଟିଆର) ର କମ୍ପ୍ଲେକେସ ୩ ରୁ ପରୀକ୍ଷଣ କରାଯାଇଛି।

ଅଲ-ୱେଦର ଏବଂ ଅଲ-ଟେରେନ ମିସାଇଲ, ଯାହାକୁ ଏକ ଟ୍ରକ ଉପରେ ରଖା ଯାଇପାରେ ଏବଂ ଏକ କଣ୍ଟେନରରେ ରଖା ଯାଇପାରେ।

Related Posts

About The Author

Add Comment