ତିନି ତଲାକ ଗୃହୀତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ଏହା ଲିଙ୍ଗଗତ ନ୍ୟାୟର ବିଜୟ ଓ ସମାଜରେ ଅଧିକ ସମାନତା ଆଣିବ

Spread the love

ନୂଆଦିଲ୍ଲୀ ୩୧/୭ (ସନ୍ଧାନ ନିଉଜ) ସଂସଦର ଉଭୟ ଗୃହରେ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ – ୨୦୧୯ ଗୃହୀତ ହେବାକୁ ସମର୍ଥନ କରିଥିବା ସମସ୍ତ ରାଜନୈତିକ ଦଳ ଓ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ଏହି ମୂହୁର୍ତର ଆହ୍ୱାନକୁ ସ୍ୱୀକାର କରିଛନ୍ତି ଓ ସେମାନଙ୍କ ଏହି ପଦକ୍ଷେପ ଭାରତର ଇତିହାସରେ ସବୁଦିନ ପାଇଁ ମନେ ରହିବ।

ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏକ ସ୍ୱେଚ୍ଛାଚାରୀ ଓ ମଧ୍ୟଯୁଗୀୟ ପ୍ରଥା ଶେଷରେ ଇତିହାସର ଆବର୍ଜନା କୁଣ୍ଡରେ ପଡିଛି। ସଂସଦ ତିନି ତଲାକକୁ ଉଚ୍ଛେଦ କରି ମୁସଲିମ ମହିଳାଙ୍କ ପ୍ରତି ହୋଇଥିବା ଐତିହାସିକ ଭୁଲର ସଂଶୋଧନ କରିପାରିଛି। ଏହା ଲିଙ୍ଗଗତ ନ୍ୟାୟର ବିଜୟ ଓ ଏହା ସମାଜରେ ଅଧିକ ସମାନତା ଆଣିବ। ଭାରତ ଆଜି ଆନନ୍ଦିତ”।

ସେ ଆହୁରି ଟ୍ୱିଟ କରିଛନ୍ତି ଯେ, “ତିନି ତଲାକର ପ୍ରଚଳନ କାରଣରୁ ହୋଇଥିବା ମହାନ ଭୁଲ ଦ୍ୱାରା ପୀଡିତ ମୁସଲିମ ମହିଳାଙ୍କ ଅଦମ୍ୟ ସାହସକୁ ଅଭିବାଦନ ଜଣାଇବାର ଏହା ହେଉଛି ଏକ ମୂହୁର୍ତ। ତିନି ତଲାକର ଉଚ୍ଛେଦ ମହିଳା ସଶକ୍ତିକରଣରେ ସହାୟକ ହେବ ଓ ସେମାନଙ୍କୁ ଆମ ସମାଜରେ ସମ୍ମାନର ସହ ବଂଚିବାର ସୁଯୋଗ ଦେବ”।

Related Posts

About The Author

Add Comment