ପାଇଖାନା ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ତିନି ଅସୁସ୍ଥ
ଯାଜପୁର/ଜେନାପୁର, ୩୦ ।୬(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ମଧୁସୁଦନ ପୁର ପଂଚାୟତର ସୋରେଇ ଗାଁରେ ପାଇଖାନା ଟାଙ୍କି ଭିତରକୁ ପ୍ରବେଶ କରି ତିନି ଜଣ ଅସୁସ୍ଥ ହୋଇ ଡାକ୍ତର କାନାରେ ଭର୍ତ୍ତୀ ହୋଇଛନ୍ତି । ସୁଚନା ଅନୁଯାଇ ସୋରେଇ ଗ୍ରାମର ବାବାଜୀ ସ୍ୱାଇଁଙ୍କ ପାଇଖାନା ଟାଙ୍କିରେ ମରାମତି ପାଇଁ ରବିବାର ସକାଳେ ତାଙ୍କ ପୁଅ ଜୟଦେବ ସ୍ୱାଇଁ ପ୍ରବେଶ କରିଥିଲେ । ବିଷାକ୍ତ ଗ୍ୟାସ ପ୍ରଭାବରେ ସେ ଆଉ ବାହାରକୁ ବାହାରି ପାରିନଥିଲେ । ତାଙ୍କୁ ବହାରକୁ ଯାଇ ସେହି ଗ୍ରାମର ସୁରେନ୍ଦ୍ର ସ୍ୱାଇଁ ଟାଙ୍କି ଭିତରକୁ ଯାଇ ନଫେରିବାରୁ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରତାପ ଧିର ମଧ୍ୟ ଟାଙ୍କି ମଧ୍ୟରେ ରହିଯାଇଥିଲେ । ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ।ାସିବାରେ ବିଳମ୍ବ ଘଟିବାରୁ ଗ୬ାମବାସି ମିଳିତ ବାବରେ ସେମାନଙ୍କୁ ଉଦ୍ଦାର କରିବା ବେଳକୁ ସମସ୍ତେ ଅଚେତ ଅବସ୍ତାରେ ଥିଲେ । ପ୍ରଥମେ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି । ପ୍ରତାପର ସ୍ୱାସ୍ଥ୍ୟା ବସ୍ଥା ଭଳଥିବା ବେଳେ ଅନ୍ୟ ଦୁଇଜଣ ଚିକିସôାଧିନ ଅବସ୍ତାରେ ଥିବା ଜଣାଯାଇଛି ।

Related Posts
About The Author