Homeଓଡିଶାବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ଉପସ୍ଥାପିତ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ଉପସ୍ଥାପିତ Sandhan News | June 28, 2019 | Spread the love ଭୁବନେଶ୍ୱର, ୨୮/୬ (ସନ୍ଧାନ ନିଉଜ) : ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କୃଷିରୁ ଆରମ୍ଭ କରିଛନ୍ତି ବଜେଟ୍ ଉପସ୍ଥାପନା। ମହିଳା ଓ ଶିଶୁଙ୍କ ଉନ୍ନତି ଓ ଅଧିକାର ପାଇଁ ପ୍ରତିଶୃତିବଦ୍ଧ ତେଣୁ ପ୍ରଥମ ଥର ପାଇଁ ମହିଳା ଓ ଶିଶୁ ବଜେଟ ଉପସ୍ଥାପିତ ହୋଇଛି। ମହିଳା ସଶକ୍ତୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା କଥା କହିଛନ୍ତି ଅର୍ଥମନ୍ତ୍ରୀ। କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କାଳିଆ ଯୋଜନାରେ ଭୂମିହୀନ ଓ ଭାଗ ଚାଷୀଙ୍କୁ ସୁବିଧା ମିଳୁଛି। ୨୦୧୩-୧୪ ତୁଳନାରେ ବ୍ୟୟ ବରାଦ ପରିମାଣ ୩ ଗୁଣ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ କହିଲେ- ୨୦୧୩-୧୪ରେ କୃଷି ବଜେଟ ଅଟକଳ ଥିଲା ୭୧୬୨ କୋଟି, ୨୦୧୯-୨୦ରେ କୃଷି ବଜେଟ ପରିମାଣ ହେଲା ୨୦ ହଜାର ୭୧୪ କୋଟି। ଏହା କୃଷକଙ୍କ ପାଇଁ ଖୁସିର ଖବର, ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ମିଳିବ। Related Posts ଭାରତକୁ ୧୬୫ର ବିଜୟ ଲକ୍ଷ ଦେଲା ଇଂଲଣ୍ଡ, ଇଲଣ୍ଡ ୧୬୪/୬ March 14, 2021 | Sandhan News | ଅଧିକ ପଢନ୍ତୁ ୧୨୭ ବାଟାଲିୟନ ଦ୍ୱାରା ବିରାତା ଦିବସ ପାଳିତ April 11, 2022 | Manas Kumar Rout | ଅଧିକ ପଢନ୍ତୁ କଂଗ୍ରେସ ହେଉଛି ଦେଶର ସବୁଠାରୁ ଧୋକାବାଜ୍ ପାର୍ଟି: ଅଖିଳେଶ ଯାଦବ April 20, 2019 | Sandhan News | ଅଧିକ ପଢନ୍ତୁ ନୟାଗଡ଼ ହରାଇବ ଡାଲି ଗବେଷଣା କେନ୍ଦ୍ର January 17, 2021 | 2005lindadavis1989 | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.