ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର : ଲୋକ ଲଜ୍ୟା ସହିନପାରି ଯୁବତୀର ଆତ୍ମହତ୍ୟା

Spread the love

ଭଦ୍ରକ, ୧୪/୬ (ସନ୍ଧାନ ନିୟୁଜ) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ବାଙ୍କମୁଆଁ ଗାଁର ଜଣେ ମହିଳା ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗାଁର ଜୈନିକ ଯୁବକ ସନ୍ତୋଷ ମାଝୀ ଦୁଷ୍କର୍ମ କରି ଫେରାର ହୋଇଥିବା ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏପରିକି ମହିଳା ଜଣକ ଲୋକ ଲଜ୍ୟା ସହିନପାରି ଆତ୍ମହତ୍ୟା କରିଥିବା ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏପରି ଘଟଣାର ଧୁଷୁରୀ ଥାନା ପକ୍ଷରୁ ତଦନ୍ତ କରାଯିବା ସହ ଯୁବତୀର ଶବକୁ ଜବତ କରିବା ସହ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ୍ୟ ନିମନ୍ତେ ପଠାଇଥିଲା। ସୂଚନା ଅନୁ୍ାୟୀ ବାଙ୍କମୁଆଁ ଗାଁର ମହିଳାର ଅନିଛା ସ୍ୱତେ ସେହି ଗାଁର ସନ୍ତୋଷ ମାଝୀ ଏକତରଫା ଭାବେ ପ୍ରେମ କରୁଥିଲା। ଏପରିକି ସନ୍ତୋଷ ବିଭିନ୍ନ ସମୟରେ ଜୈନିକ ଯୁବତୀଙ୍କୁ ଫୋନ ଦ୍ୱାରା ଧମକ ଦେଉଥିବା ଯୁବତୀର ଭାଇ ପ୍ରକାଶ କରିଛନ୍ତି। ଗତ ଗୁରୁବାର ଗାଁର ଏକ ସାହିରେ ବର ପ୍ରସେସନ ଚାଲୁଥିବା ବେଳେ ଯୁବତୀର ପରିବାର ଲୋକ ପ୍ରସେସନ ଦେଖିବାକୁ ଯାଇଥିଲେ। ସନ୍ତୋଷ ଏହାର ସୁଯୋଗ ନେଇ ମହିଳାଙ୍କର ହାତଗୋଡ ବାନ୍ଧି ଦେବା ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଯୁବତୀର ବଡଭାଇ ପ୍ରକାଶ କରିଛନ୍ତି। ଏପରିକି ଯୁବତୀ ଆତ୍ମହତ୍ୟା କରିବା ପୂର୍ବରୁ ସମସ୍ତ ତଥ୍ୟ ଏକ ସାଧାକାଗଜରେ ଲେଖିଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଏପରି ଘଟଣା ଏଅଞ୍ଚଳରେ ପ୍ରଥମ ଥର ହୋଇଥିବାରୁ ବାଙ୍କମୁଆଁ ଗାଁ ସମେତ ଆଖପାଖ ଗାଁର ଲୋକମାନେ ସ୍ତମ୍ଭିଭୁତ ହୋଇଯାଇଛନ୍ତି।

Related Posts

About The Author

Add Comment