ଭଲ ଖବର: କାନପୁରର ବାଇମୁଣ୍ଡି, ପେନସନ ଟଙ୍କାରେ ସାଳନ୍ଦୀ ନଦୀରେ କଲେ ପୋଲ ନିର୍ମାଣ

Spread the love

ହାଟଡ଼ିହି, ୬/୬ (ସନ୍ଧାନ ନିୟୁଜ) ଆଜିର ସ୍ୱାର୍ଥପର ଦୁନିଆରେ ଲୋକମାନେ ନିଜ ସ୍ୱାର୍ଥବ୍ୟତିତ ସାମୁହିକ ସ୍ୱାଥଁ ଲାଗି ନିଜର ସଞ୍ଚିତ ଅର୍ଥକୁ ସାମୁହିକ କାର୍ଯ୍ୟରେ ଲଗାଇ ପାରନ୍ତି ତାହା କ୍ୱଚିତ ଦେଖିବାକୁ ମିଳେ। ଯାହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଗ୍ରାମରେ। କାର କିଣିବାପାଇଁ ସଞ୍ଚିତ କରି ରଖିଥିବା ଅର୍ଥରେ ଓ ନିଜର ପେନସନ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ଗାଁ ତଥା ଅଞ୍ଚଳପାଇଁ ବାଇମୁଣ୍ଡି ପାଲଟିଛନ୍ତି ଗଙ୍ଗାଧର ରାଉତ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଗାଁ ଉତ୍ତରପଟେ ବହିଯାଇଛି ସାଳନ୍ଦୀ ନଦୀ। ନଦୀର ଅପରପଟେ ରହିଛି ଗାଁର ଶହଶହ ଏକର ଚାଷ ଜମି ସହିତ ଆମ୍ବ ପଣସ ତୋଟା। ଯାହା ଉପରେ କାନପୁର ଗାଁ ସହିତ ଆଖପାଖ ୫ଟି ଗାଁର ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ଯିବା ଆସିବାପାଇଁ ନଦୀରେ କୌଣସି ପୋଲ ନଥିବାବେଳେ ଲୋକମାନେ ପାଣିରେ ପସି ନଦୀ ପାରହୋଇ ଚାଷ ଜମିକୁ ଯାଇଥାନ୍ତି। ୧୫ବର୍ଷ ପୁର୍ବେ ବଉଳା ଟ୍ରକ ଆସୋସିଏସନ ଏଠାରେ ଏକ ପୋଲ ନିର୍ମାଣ ପାଇଁ ଲକ୍ଷେ ଟଙ୍କା ଯୋଗାଇ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ହାଟଡିହି ବ୍ଲକ ପ୍ରଶାସନ ୪ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯିବାପରେ ମାତ୍ର ତିନୋଟି ଷ୍ପାନ ଛାତ ପଡି ପାରିଥିଲା। ବର୍ଷବର୍ଷ ଧରି ଅସମ୍ପୁର୍ଣ୍ଣ ଭାବେ ପୋଳଟି ପଡିରହିବାରୁ ଗାଁ ଲୋକେ ୧୫ବର୍ଷ ଧରି ବାରମ୍ବାର ରାଜନେତାଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ସହାୟତାର ହାତ ବଢ଼ାଇ ନଥିଲେ। ଯାହାଦ୍ୱାରାକି ଗାଁ ଲୋକେ ନିଜର ଚାଷଜମିକୁ ଯିବା ଆସିବାପାଇଁ ନାନା ସମସ୍ୟା ଭୋଗ କରୁଥିଲେ।

Related Posts

About The Author

Add Comment