ବୈପାରିଗୁଡାର ମଧୁସୂଦନ ପାଇଲେ ପ୍ରକୃତିମିତ୍ର ପୁରସ୍କାର

Spread the love

ବୈପାରିଗୁଡା,୫/୬ (ସନ୍ଧାନ ନିୟୁଜ) – ବିଶ୍ୱ ପରିବେଶ ଦିବସ ୨୦୧୯ ପାଳନ ଅବସରେ ବୈପାରିଗୁଡା ବ୍ଲକର ଯୁବ ସ୍ୱଚ୍ଛେସେବୀ ମଧୁସୂଦନ ରାଉତଙ୍କୁ କୋରାପୁଟ ଜିଲ୍ଲା ବନ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ମିଳିଥିବା ଜଣାପଡିଛି ।କୋରାପୁଟ ସ୍ଥିତ ବନବିଭାଗ ମୁଖ୍ୟ କାର୍ଯାଳୟରେ ଆୟାଜିତ ବିଶ୍ୱପରିବେଶ ଦିବସ ୨୦୧୯ ଉତ୍ସବରେ ଏହି ପୁରସ୍କାର ମଧୁସୂଦନଙ୍କୁ ପ୍ରଦାନ କରାଯାଇଥିଲା |ମଧୁସୂଦନ ଜଣେ ଯୁବ ସମାଜସେବୀ ଭାବେ ବେଶ ଜଣାଶୁଣା ।ସେ ପ୍ରତି ବର୍ଷ ବୈପାରିଗୁଡା ରେ ଆୟୋଜିତ ବନମହୋତ୍ସବ କାର୍ଯ୍ୟକ୍ରମ ରେ ନିଜେ ନିଜେ ଉପସ୍ଥିତ ରହି ବିଭିନ୍ନ କିସମର ଚାରା ବୃକ୍ଷରୋପଣ କରିଥାନ୍ତି ।ଏହା ବ୍ୟତୀତ ମଧୁସୂଦନ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ହେବ ବୈପାରିଗୁଡା ର ବିଭିନ୍ନ ସ୍ଥାନରେ ଯଥା ହାଟପଦା,ମଶାଣୀପଦା,ପଞ୍ଚାୟତ ସମିତି କାର୍ଯ୍ୟାଳୟ, ରାସ୍ତାଘାଟ, ଡାକ୍ତରଖାନା ପରିସର,ତହସିଲ କାର୍ଯ୍ୟାଳୟ ପରିସର, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ମଧ୍ୟ ବୃକ୍ଷରୋପଣ କରିଛନ୍ତି ।ଏହା ସହିତ ପରିବେଶକୁ ସଫା ସୁତରା ରଖିବା, ନିଜ ପରିଵଶରେ ଥିବା ପ୍ରାକୃତିକ ବସ୍ତୁ ଗୁଡିକୁ ଚିହ୍ନଟ କରି ତାର ଗୁରୁତ୍ୱ ଲୋକଙ୍କୁ ବୁଝାଇବା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିଥିବା ଯୋଗୁଁ ସେ ଏହି ସମ୍ମାନରେ ସମ୍ମାନୀତ ହୋଇପାରିଛନ୍ତି | ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କୋରାପୁଟ ସିଭିଲ ଜର୍ଜ ସୌମ୍ୟ ରଞ୍ଜନ ସ୍ୱାଇଁ,ଜେଏମଏଫସି ଜର୍ଜ ଗୟାଧର ପାଣିଗ୍ରାହୀ, କୋରାପୁଟ ଡିଏଫଓ ଅଶ୍ୱିନୀ କୁମାର କର, କଞ୍ଜୁରବେଟର ଏ ଉମା ମହେଶ୍ଵେର ଯୋଗ ଦେଇ ଏହି ୨୦୧୯ପରିଵଶ ଦିବସର ବିଷୟ ବସ୍ତୁ “ବାୟୁ ପ୍ରଦୂଷଣ “ବିଷୟ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବୈପାରୀଗୁଡାର ମଧୁସୂଦନ ରାଉତଙ୍କୁ ୫ହଜାର ଟଙ୍କାର ଚେକ ସହିତ ଏକ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment