ଯାଜପୁର, ୪/୬ (ସନ୍ଧାନ ନିୟୁଜ) ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟରେ ଥିବା ିନଦୀ ଗୁଡିକର ସୁରକ୍ଷା ପାଇଁ ଲୋକଶକ୍ତି ଅଭିଯାନ ତରଫରୁ ଅଧ୍ୟକ୍ଷ ଗ୍ରୀନ ନୋବେଲ ବିଜୟୀ ପ୍ରଫୁଲ୍ଲା ସାମନ୍ତାରା ଙ୍କ ନେତୃତ୍ୱରେ ଅଭିଯାନର ଶୁଭାରମ୍ଭ ହୋଇଛି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାେଇପୁର ପଂଚାୟତ ବ୍ରାହ୍ମଣି କୁଳରେ ଅବସ୍ତିତ ସହିଦ ବାଜି ରାଉତ ସ୍ମୃତିପିଠ ଠାରେ ରାଜ୍ୟର ସର୍ବାଧିକ ପ୍ରଦୁଷିତ ବ୍ରାହ୍ମଣି ନଦୀ କୂଳରୁ ନଦୀକୁ ପ୍ରଦୁଷଣ ମୁକ୍ତ କରିବାର ଆହ୍ୱାନ ଦେଇ ଜନଜାଗରଣ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୋବେଲ ବିଜୟୀ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ରାଜ୍ୟର ନଦୀଗୁଡିକ ଦିନକୁ ଦିନ ଅତ୍ୟନ୍ତ ପ୍ରଦୁଷିତ ହେଉଥିବାର କହିଥିଲେ । ଫଳରେ ନଦୀ କୂଳରେ ବାସ କରୁଥିବା ଲୋକମାନେ ନଦୀ ଜଳକୁ ବ୍ୟବହାର କରି ପାରୁନାହାଁନ୍ତି । ବ୍ରାହ୍ମଣି ନଦୀର ଜଳ ଏବେ ବିଷଠାରୁ ଭୟଙ୍କର ହୋଇଛି । ନଦୀ ଗୁଡିକ ବର୍ଷର ଅଧିକାଂଶ ଦିନ ଶୁଖିଲା ପଡୁଥିବାରୁ ନଦୀ କୁଳିଆ ଲୋକମାନଙ୍କ ଚାଷବାସ ବୁଡିବାକୁ ବସିଲାଣି । ଏହାର ପ୍ରତିାର ସରକାର କିଛି କରୁନଥିବାରୁ ଏଥିପାଇଁ ସରକାରଙ୍କୁ ସଚେତନ କରିବା ପାଇଁ ଏହି ଭଳି ଭାବରେ ଜନସଚେତନତା ସଋଷ୍ଟି କରିବାକୁ ପଡିବାବୋଲି କହିଥିଲେ । ଏହି କର୍ଯ୍ୟକ୍ରମରେ ପ୍ରଫୁଲ୍ଲ ସାମନ୍ତରା ଙ୍କ ସହିତ କୃଷକ ନେତା ଲିଙ୍ଗରାଜ ,ନରେନ୍ଦ୍ର ମାହାନ୍ତି,ଜନ ଅନେ୍ଦାଳନର ରାଷ୍ଟ୍ରିୟ ସମୁନୟ ରାଜ୍ୟ ଆବାହକ ଅନନ୍ତ ଲୋକଶକ୍ତି ଅଭିଯାନର ସମ୍ପାଦକ କଲ୍ୟଣ ଆନନ୍ଦ, ଜନ ଅନେ୍ଦାଳନ ରାଷ୍ଟ୍ରିୟ ଉପସଭାପତି ଲକ୍ଷ୍ମିପ୍ରିୟା ମହାନ୍ତି,ଆଇନଜୀବି କ୍ଷିରୋଦ ରାଉତ, ବିଶ୍ୱନାଥପାତ୍ର,କାଲନ୍ଦୀ ମଲ୍ଲିକ,ସମାଜସେବି ଦେବବ୍ରତ ରାଉତ ଓ ଶଂକର ପ୍ରତାପ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ଜନ ସମାଗମ ହୋଇଥିଲା ।
ଲୋକଶକ୍ତି ଅଭିଯାନ ତରଫରୁ ବ୍ରାହ୍ମଣି ସୁରକ୍ଷା ଅଭିଯାନ
|
June 4, 2019 |
