ବୈପାରିଗୁଡା,୨୮/୫ (ସନ୍ଧାନ ନିୟୁଜ) – ଯୁବତୀ ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ଘଟଣାକୁ ୮ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିପାରିନାହିଁ ବୈପାରିଗୁଡା ପୋଲିସ ।ତେଣୁ ଏହାର ପ୍ରତିବାଦ ରେ ବୈପାରିଗୁଡା ଥାନା ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତ ର ପିଡ଼ିତା ଯୁବତୀଙ୍କ ପରିବାର ସହ ଗ୍ରାମରେ ଥିବା ୧୬ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଥାନା କୁ ଆସି ଆସନ୍ତା ୫ଦିନ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ଗିରଫ ନ କଲେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।ସୂଚନା ଅନୁଯାୟୀ,କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର କୁସପାର ଗ୍ରାମର ଜୈନେକ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ସୋସିଆଲ ମିଡିଆରେ ଭାଇରଲ ପରେ ବିବାହ ପ୍ରସ୍ତାବ କଟିଥିବା ଘଟଣା ସାମ୍ନାକୁ ଆସିଥିଲା |ଅଶ୍ଳୀଳ ଫୋଟ ଦେଖାଇ ଯୁବକ ଜଣକ ହଇରାଣ କରୁଥିବା ପିଡ଼ିତା ଜଣକ ଅଭିଯୋଗ କରିଥିଲେ ।ଏଭଳି ଅଭିଯୋଗ ପାଇବା ପରେ ବୈପାରିଗୁଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ ।ଅନ୍ୟପଟେ ଅଭିଯୁକ୍ତ ଫେରାର ଥିବାରୁ ଗିରଫ କରାଯାଇନଥିବା ଜଣାପଡିଛି ।ବୈପାରିଗୁଡା ଥାନା ଅଞ୍ଚଳର ଜୈନେକ ଯୁବତୀ କଲେଜ ଯିବା ଆସିବା ସମୟରେ ସ୍ଥାନୀୟ ଅଞ୍ଚଳର ଦୀପକ ଛେଣ୍ଡିଆ ନାମକ ଜଣେ ଯୁବକ ତାଙ୍କୁ ବାଇକ ରେ ପ୍ରତିଦିନ କଲେଜ ଛାଡ଼ୁଥିଲେ ।ଗତ ଅକ୍ଟୋବର ମାସରେ ଦୀପକ ଓ ତାଙ୍କ ସାଙ୍ଗ ଦୁର୍ଯ୍ୟୋଧନ କଲେଜରେ ଛାଡ଼ିଦେବୀ କହି ବାଇକ ରେ ବସାଇଥିଲେ ।ରାସ୍ତାରେ ପାଣି ବୋତଲରେ ନିଶା ଦ୍ରବ୍ୟ ମିଶାଇ ପିଇ ବାକୁ ଦେଇଥିଲେ ।ଏହି ନିଶା ଦ୍ରବ୍ୟ ପାଣି ପିଇବା ପରେ ଯୁବତୀ ଜଣକ ର ମୁଣ୍ଡ ବୁଲାଇ ଥିଲା ଏହା ଦେଖି ଦୀପକ ଓ ଦୁର୍ଯ୍ୟୋଧନ ତାଙ୍କୁ ଗୋଟିଏ ସ୍ଥାନକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।ଏହି ସମୟରେ ଯୁବତୀଙ୍କ ଫୋଟ ମଧ୍ୟ ଉଠାଇଥିଲେ କିନ୍ତୁ ଯୁବତୀଙ୍କ ହଠାତ ନିଶା କମିଯିବାରୁ ଦୁଷ୍କର୍ମ କରିବାରେ ବିଫଳ ହୋଇଥିଲେ ।ପରବର୍ତ୍ତୀ ସମୟରେ ମୋବାଇଲ ରେ ଉଠାଇଥିବା ଅଶ୍ଳୀଳ ଫୋଟ କୁ ଭାଇରାଲ କରିବାକୁ ଧମକ ଦେଇ ଦୀପକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।ଏପରିକି ଦିନେ ନିଜ ସାଙ୍ଗ ସହିତ ସମ୍ପର୍କ ରଖିବାକୁ ଦୀପକ ବାଧ୍ୟ କରିବାରୁ ଯୁବତୀ ଜଣକ ମନା କରିଦେଇଥିଲେ ।ଅଶ୍ଳୀଳ ଫୋଟ ଭାଇରାଲ କରିବାକୁ ଧମକ ଦେବାରୁ ଭୟରେ ଯୁବତୀ ଜଣକ ଦୀପକ ଙ୍କୁ ୪ହଜାର ଟଙ୍କା ଦେଇଥିଲେ ।କିଛି ଦିନ ତଳେ ଯୁବତୀଙ୍କ ବାହାଘର ଠିକ ହୋଇଥିଲା କିନ୍ତୁ ଦୀପକ ଅଶ୍ଳୀଳ ଫୋଟ ଗୁଡ଼ିକ ଫେସବୁକ ଓ ୱାଟସପ ରେ ଭାଇରାଲ କରିବାରୁ ଯୁବତୀଙ୍କ ବିବାହ ପ୍ରସ୍ତାବ ଭାଙ୍ଗିଯାଇଥିଲା ବୋଲି ଅଭିଯୋଗ ଆଣିଥିଲେ ଯୁବତୀଙ୍କ ପରିବାର ଲୋକେ ।ଏହା ପରେ ସମ୍ପୃକ୍ତ ଯୁବତୀ ଜଣକ ବୈପାରିଗୁଡା ଥାନା ରେ ଦୀପକ ଛେଣ୍ଡିଆ,ଦୁର୍ଯ୍ୟୋଧନ ଆଙ୍କୁଡ଼ି ଙ୍କ ନାଁ ରେ ଏତଲା ଦେଇଥିଲେ ।ମାମଲା ରୁଜୁ କରି ବୈପାରିଗୁଡା ପୋଲିସ ଦୁର୍ଯ୍ୟୋଧନ ଆଙ୍କୁଡ଼ି କୁ ଗିରଫ କରି କୋର୍ଟଚାଳନା କରିଥିଲେ ।ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଦୀପକ ଛେଣ୍ଡିଆ ଘଟଣାର ପରଠାରୁ ଫେରାର ରହିଛି ।ଏତଲା ଦେଇ ୮ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବାରେ ବିଫଳ ହୋଇଛି ।ଏହାକୁ ପ୍ରତିବାଦ କରି ବୋଦାପୁଟ ଗ୍ରାମର ଶତାଧିକ ମହିଳା ବୈପାରିଗୁଡା ଥାନା କୁ ଆସି ତୁରନ୍ତ ଗିରଫ କରିବାକୁ ଦାବୀ କରିବା ସହ ଆସନ୍ତା ୫ଦିନ ମଧ୍ୟରେ ଥାନା ଘେରାଉ କରିବା କୁ ଚେତାବନୀ ଦେଇଥିଲେ ।ଅଭିଯୁକ୍ତ କୁ ଧରିବା ପାଇଁ ଉଦ୍ୟମ ଚାଲିଛି ଏବଂ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବୈପାରିଗୁଡା ଥାନା ଅଧିକାରୀ ରମେଶ କୁମାର ଦେବତା ପ୍ରକାଶ କରିଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।




I want to join here
thank
send resume in email
sandhan99news@gmail.com
allow two time for subscribe