ଭୋଟ୍ ଗଣତି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍

Spread the love

 ଭୁବନେଶ୍ୱର,୨୨/୫ (ସନ୍ଧାନ ନିୟୁଜ) ଆସନ୍ତାକାଲି ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭୋଟ୍‌ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଅଫିସ୍‌ରେ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ଏଥର ଫଳାଫଳ ଆସିବାରେ ବିଳମ୍ବ ହେବ।

ପ୍ରଥମ ଥର ପାଇଁ ଭିଭିପାଟ୍ ପେପର୍ ସ୍ଲିପ୍ କାଉଣ୍ଟିଂ ସହ ୨୦୧୪ ତୁଳନାରେ ଏଥର ୧୭୬୧ଟି ବୁଥ୍ ବଢ଼ିଥିବାରୁ ରେଜଲ୍ଟ ଆସିବାକୁ ଅଧିକ ସମୟ ଲାଗିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି।

ପ୍ରଥମରୁ ୭ଟି ଲେଖାଏଁ ଟେବୁଲ୍‌ରେ ଗଣତି ପାଇଁ ସ୍ଥିର ହୋଇଥିବା ବେଳେ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ୨୨ଟି ଜିଲ୍ଲାରେ ଆଉ ୪୧୧ଟି ଟେବୁଲ୍ ବଢ଼ା ଯାଇଛି। ଏହା ସହିତ ୧ଲକ୍ଷ ପୋଷ୍ଟାଲ ବାଲଟ୍, ୪୩ ହଜାରରୁ ଅଧିକ ସର୍ଭିସ୍ ଭୋଟର୍ ଦେଇଥିବା ଭୋଟ୍ ସାଙ୍ଗକୁ ଇଭିଏମ୍ ଗଣତି ଏକା ସମୟରେ ଚାଲିବ। ଏଥିପାଇଁ ୬୩ଟି କାଉଣ୍ଟିଂ ସେଣ୍ଟର କରାଯାଇଛି।

ସିଇଓଙ୍କ ସୂଚନା ଅନୁଯାୟୀ, ସମ୍ବଲପୁର ବିଧାନସଭା ଆସନ ପାଇଁ ସର୍ବନିମ୍ନ ୧୯ ରାଉଣ୍ଡ ଓ ପାଟଣାଗଡ଼ ପାଇଁ ସର୍ବାଧିକ ୪୯ଟି ରାଉଣ୍ଡରେ ଗଣତି ହେବ।

Related Posts

About The Author

Add Comment