ଯାଜପୁର, ୨୫/୦୨()
ରବିବାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲସ୍ଥିତ ଡାକବଙ୍ଗଳା ଠାରେ ଜିଲ୍ଲାର ବିଦ୍ୟାଳୟ ସଂଯୋଜକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲା ସଭାପତି ଦିଲ୍ଲିପ କୁମାର ନାୟକଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ବ୍ଳକ ସଭାପତି ଓ ସଂପାଦକ ମାନେ ଯୋଗ ଦେଇଥିଲେ । ବୈଠକରେ ଜିଲାର ସମସ୍ତ ସଂଯୋଜକ ମାନେ ବହୁଦିନ ହେଲା ନାନଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୬ ମାସ ହେଲା ସରକାରଙ୍କ ପକ୍ଷରୁ ସଂଯୋଜକ ମାନଙ୍କୁ ଦରମା ମିଳି ନାହିଁ । ବର୍ଷସାରା ବିଦ୍ୟାଳୟର ସମସ୍ତ କାର୍ଯ୍ୟ କରିବା ସତ୍ୱେ ମାଟ୍ରିକ ପରୀକ୍ଷାରେ ସଂଯୋଜକ ମାନଙ୍କୁ ଦାୟିତ୍ୱ ନଦେବା, ସଂଯୋଜକ ମାନଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ ସ୍ୱୀକୃତି ନମିଳିବା ଆଦି ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସଂଘ ଭେଟିଥିଲେ ମଧ୍ୟ ଆଜିଯାଏଁ ଏହାର ସୁଫଳ ମିଳି ନାହିଁ । ପୂର୍ବରୁ ନଭେମ୍ବର ମାସ ୨୫ ତାରିଖରେ ସାରା ରାଜ୍ୟରେକମ୍ପୁଟର ସଂଯୋଜକ ମାନେ ନିଜର ହକ ଦାବୀ ପାଇଁ ଆନେ୍ଦାଳନ ଚଳାଇଥିଲେ । ସରାକରଙ୍କ ପକ୍ଷରୁ ଆନେ୍ଦାଲନ ସମୟରେ ବିଧାୟକ କିଶୋର ତରାଇ ଓ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ପ୍ରତିଶ୍ରୁତି ପାଇ ସଂଯୋଜକ ମାନେ ଆନେ୍ଦାଳନରୁ ଓହରି ଯାଇଥିଲେ । କିନ୍ତୁ ଆଜି ଯାଏଁ ସଂଯୋଜକ ମାନଙ୍କର ହକ ମିଳି ପାରିଲା ନାହିଁ । ଏ ସବୁ ଦାବୀ ବିଷୟରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଆଗାମୀ ଦିନରେ ସାରା ରାଜ୍ୟରେ ନିଜର ହକ ପାଇଁ ଲଢେଇ ଜାରି ରହିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା । ଅନ୍ୟମାନଙ୍କ ମଧ୍ୟରେ ସୁମନ କଲ୍ୟାଣ ଦାସ, ପ୍ରଫୁଲ କୁମାର ସାହୁ, ଆଶିଷ କୁମାର ମହାନ୍ତି, ମନୋଜ କୁମାର ରାଉତ, ଉଗ୍ରସେନ ବିଶ୍ୱାଳ, ମୃତୁ୍ୟଞ୍ଜୟ ପଣ୍ଡା, ଅସୀମ ଅମିତାଭ ମହାନ୍ତି, ଆଶତୋଷ ନନ୍ଦ, ଅନିଲ ପଣ୍ଡା, ଅମର ଜେନା, ମାନସ କୁମାର ସିଂ, ପ୍ରଦୀପ ବର୍ଦ୍ଧନ, ପିନାକୀ ରାଉତ ପ୍ରମୁଖ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ ।