୮୩ ଇଂଜିନିୟରିଂ କଲେଜ ବନ୍ଦ ହେବ, ସିଟ୍‌ ସଂଖ୍ୟା ୫୦ ପ୍ରତିଶତ କମାଇବାକୁ ଏଆଇସିଟିଇର ନିଷ୍ପତ୍ତି

Spread the love

ନୂଆଦିଲ୍ଲୀ, ୧୮/୫ (ସନ୍ଧାନ ନିୟୁଜ) : ବୈଷୟିକ ଶିକ୍ଷା ପାଇଁ ଶୀର୍ଷ ନିୟାମକ ସଂସ୍ଥା ଏଆଇସିଟିଇ ଇଂଜିନିୟରିଂର ୟୁଜି ଏବଂ ପିଜି ଦୁଇଟି ଯାକ ପାଠ୍ୟକ୍ରମରୁ ଜାତୀୟ ସ୍ତରରେ ୧.୬୪ ଲକ୍ଷ ଇଞ୍ଜିନିୟରିଂ ସିଟ୍‌ କମାଇବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ ଦେଶର ବିଭିନ୍ନ ରାଜ୍ୟରେ ଥିବା ଇଂଜିନିୟରିଂ କଲେଜରେ ସିଟ୍ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇବ। ପୂର୍ବରୁ ସେତିକି ପିଲା ଇଞ୍ଜିନିୟରିଂ କରିପାରୁଥିଲେ ଏବେ ତାହାର ପ୍ରାୟ ଅଧା ପିଲା କମ୍‌ ହୋଇଯିବେ। କେବଳ ତାମିଲନାଡୁର ୬ଟି କଲେ୮୩ ଇଂଜିନିୟରିଂ କଲେଜ ବନ୍ଦ ହେବ, ସିଟ୍‌ ସଂଖ୍ୟା ୫୦ ପ୍ରତିଶତ କମାଇବାକୁ ଏଆଇସିଟିଇର ନିଷ୍ପତ୍ତି

ଏଆଇସିଟିଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅନେକ କଲେଜ ବନ୍ଦ ପାଇଁ ଆବେଦନ କରିଛନ୍ତି। ମୁଖ୍ୟତଃ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ଅନେକ କଲେଜ ପକ୍ଷରୁ ବନ୍ଦ ହେବା ପାଇଁ ଆବେଦନ କରାଯାଇଛି।

ଏପରି ନିଷ୍ପତ୍ତି ନିଆଯିବାର ମୁଖ୍ୟ କାରଣଗୁଡ଼ିକ ହେଉଛି ପ୍ରଥମତଃ କିଛି କଲେଜ ସର୍ବନିମ୍ନ ୩୦ ପ୍ରତିଶତ ସିଟରେ ନାମ ଲେଖାଇବାରେ ସଫଳ ହେଉନାହାନ୍ତି। ଅନ୍ୟ କିଛି କଲେଜ ସିଟ୍‌ କମାଇବାକୁ କିମ୍ବା କଲେଜ ବନ୍ଦ କରିବାକୁ ନିବେଦନ କରିଛନ୍ତି। ଆଉ କିଛି କଲେଜ ସର୍ବନିମ୍ନ ଆବଶ୍ୟକତା ଯେପରିକି କଲେଜର ଭିତ୍ତିଭୂମି ଓ କର୍ମଚାରୀ ଅଭାବ ଦୂର କରିପାରୁନଥିବା ହେତୁ ଏପରି ନିଷ୍ପତ୍ତି ନିଆଯାଇଛି।

Related Posts

About The Author

Add Comment