ଗଡ଼ସେ ଗାନ୍ଧୀଙ୍କ ଶରୀରକୁ ହତ୍ୟା କରିଥିଲେ କିନ୍ତୁ ପ୍ରଜ୍ଞା ଗାନ୍ଧୀଙ୍କ ଆତ୍ମାକୁ ହତ୍ୟା କରିଛନ୍ତି : କୈଲାଶ ସତ୍ୟାର୍ଥୀ

Spread the love

ନୂଆଦିଲ୍ଲୀ, ୧୮/୫ (ସନ୍ଧାନ ନିୟୁଜ) : ଭୋପାଳରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ପ୍ରାଜ୍ଞା ସିଂହ ଠାକୁରଙ୍କ ନଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହିବା ବୟାନକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ନିଜ ବୟାନକୁ ନେଇ ସେ କ୍ଷମା ମାଗି ନେଇଥିଲେ ମଧ୍ୟ ତାଙ୍କୁ ଦଳରୁ ବାହାର କରିବା ସହ ନାମାଙ୍କନ ରଦ୍ଦ ନେଇ ଦାବି କରାଯାଉଛି । ତେବେ ଏତେ ସବୁ ବିବାଦ ମଧ୍ୟରେ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ଟୁଇଟ୍‌ କରି ପ୍ରଜ୍ଞାଙ୍କ ବୟାନକୁ ନେଇ ଆଲୋଚନା କରିଛନ୍ତି ।

ଟୁଇଟ୍‌ରେ, ଗଡ଼ସେ ଗାନ୍ଧୀଙ୍କ ଶରୀରକୁ ହତ୍ୟା କରିଥିଲେ । କିନ୍ତୁ ପ୍ରଜ୍ଞା ତାଙ୍କ ଆତ୍ମା ସହ, ଅହିଂସା, ଶାନ୍ତି, ସହିଷ୍ଣୁତା ଏବଂ ଭାରତର ଆତ୍ମାକୁ ହତ୍ୟା କରିଛନ୍ତି । ଗାନ୍ଧୀ ସବୁ କ୍ଷମତା ଏବଂ ରାଜନୀତିଠାରୁ ବହୁତ ଉପରେ । ବିଜେପି ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କରି ରାଜଧର୍ମ ପାଳନ କରନ୍ତୁ ବୋଲି କହିଛନ୍ତି କୈଳାଶ ସତ୍ୟାର୍ଥୀ ।

Related Posts

About The Author

Add Comment