ଗ୍ୟାସଟାଙ୍କି ଫାଟି ଜଳିଗଲା ୨ ବଖରା, ଜଣେ ଆହତ

Spread the love

ଭଦ୍ରକ, ୧୧/୫ (ସନ୍ଧାନ ନିୟୁଜ) – ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ ବାହାରବିଲ ସୁନ୍ଦରାସାହି ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଗୁପ୍‌ଚୁପ ଦୋକାନୀ ଦେବେନ୍ଦ୍ର ନାୟକଙ୍କର ୨ ବଖରା ବାସଗୃହ ଜଳିଯାଇଛି। ଏଥିସହ ତାଙ୍କ ଝିଅ ସୁପ୍ରିୟା ନାୟକଙ୍କ ଗୋଡ଼ରେ ନିଅଁା ପଡ଼ିବାରୁ ଆହତ ହୋଇଛନ୍ତି। ସେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି। ସୂଚନା ଅନୁସାରେ, ଦେବେନ୍ଦ୍ରଙ୍କ ଘରେ ଅପରାହ୍ନରେ ରୋଷେଇ ବେଳେ ଗ୍ୟାସ୍‌ ଟାଙ୍କି ଫାଟି ନିଅଁା ବ୍ୟାପି ଯାଇଥିଲା।  ଏକାଧିକ ସିଲିଣ୍ଡର ଫାଟିବାରୁ ସ୍ଥାନୀୟ ଲୋକେ ନିଅଁା ଲିଭାଇବାକୁ ସାହସ କରିପାରି ନ ଥିଲେ। ଧାମନଗରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ।   ଦେବେନ୍ଦ୍ରଙ୍କ ଘରର ସମସ୍ତ ଆସବାବପତ୍ର ସହ ଝିଅ ବାହାଘର ପାଇଁ ପ୍ରସ୍ତୁତ ସମସ୍ତ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି।

Related Posts

About The Author

Add Comment