ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବୈବାହିକ ଜୀବନକୁ ନେଇ ଭୁଲ ସୂଚନା ଦର୍ଶକଙ୍କୁ ଦେଇଥିବାରୁ ଚ୍ୟାନେଲ ଉପରେ ଲାଗିଲା ୧୦ଲକ୍ଷର ଜରିମାନା

Spread the love

ନୂଆଦିଲ୍ଲୀ, ୨୭/୪(ସନ୍ଧାନ ନିୟୁଜ) : ଶନିବାର ପାକିସ୍ତାନ ଇଲେକ୍ଟ୍ରୋନିକ୍‌ ମିଡିଆ ରେଗୁଲେଟୋରୀ ଅଥରିଟି(ପିଇଏମ୍‌ଆର୍‌ଏ) ଏକ ନିଉଜ୍‌ ଚ୍ୟାନେଲରେ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଥିବା ଜଣାପଡ଼ିଛି । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବୈବାହିକ ଜୀବନ ଠିକ୍‌ ନ ଥିବା ନେଇ ଖବର ପ୍ରସାରଣ କରାଯିବା ପରେ ଚ୍ୟାନେଲକୁ ଏଭଳି ଦଣ୍ଡ ମିଳିଛି । ଏହା ସହ ୭ଦିନ ମଧ୍ୟରେ ପ୍ରାଇମ୍‌ ଟାଇମ୍‌ର ଦର୍ଶକଙ୍କୁ ନିଜ ଭୁଲ ପାଇଁ କ୍ଷମା ମାଗିବାକୁ କହିଛନ୍ତି ପିଇଏମ୍‌ଆର୍‌ଏ ।

ସୂଚନା ମୁତାବକ, ମାର୍ଚ୍ଚ ୩୦ରେ ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବ ଚେୟାରମ୍ୟାନ୍‌ ନଜମ ସେଠୀ ନିଜର ସୋ’ ‘ନଜମ ସେଠୀ କେ ସାଥ୍‌’ରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବୈବାହିକ ଜୀବନକୁ ନେଇ ଭୁଲ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କର ନିଜର ତୃତୀୟ ପତ୍ନୀ ବୁଶରା ବିବିଙ୍କ ସହ ମନମାଳିନ୍ୟ ଦେଖାଯିବା ସହ ଦୁହେଁ ଖୁବ୍‌ ଶୀଘ୍ର ଅଲଗା ହେବାକୁ ଯାଉଥିବା କହିଥିଲେ । ଏହା ସହ ପୂର୍ବ ଦୁଇ ବିବାହ ଭଳି ତୃତୀୟ ଥର ମଧ୍ୟ ସେ ଛାଡ଼ପତ୍ର ନେବାକୁ ଯାଉଥିବା କଥା କହିଥିଲେ ।

ଏହି ସୋ’ ଦେଖିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପିଇଏମ୍‌ଆର୍‌ଏ ଆଗରେ ଅଭିଯୋଗ ଆଣିବା ପରେ ଏବେ ଚ୍ୟାନେଲକୁ ୧୦ଲକ୍ଷ  ଟଙ୍କାର ଜରିମାନା ଦେବାକୁ କୁହାଯାଇଛି । ଏହା ସହ ନଜମ ସେଠୀ ଯେଉଁଭଳି ଭାବରେ ମିଛ ଖବର ପ୍ରସାର କରିଥିଲେ, ସେଭଳି ଭାବରେ ଦର୍ଶକଙ୍କ ସାମ୍ନାକୁ ଆସି ନିଜ ଭୁଲ ସ୍ୱୀକାର କରନ୍ତୁ ବୋଲି ପିଇଏମ୍‌ଆର୍‌ଏ ନିର୍ଦ୍ଦେଶ ଦେଇଛି ।

Related Posts

About The Author

Add Comment