ଏସବିଆଇର ଚେତାବନୀ: ହ୍ବାଟସ୍ଆପରେ ଯଦି ଆସୁଛି ଏଭଳି ମେସେଜ୍ ତେବେ ହୋଇଯାଆନ୍ତୁ ସାବଧାନ, ନହେଲେ ଖାଲି ହୋଇଯିବ ଆକାଉଣ୍ଟ

Spread the love

ନୂଆଦିଲ୍ଲୀ,୨୪/୪ (ସନ୍ଧାନ ନିୟୁଜ) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ନିଜର ଗ୍ରାହକଙ୍କୁ ଠକେଇ ଠାରୁ ସଚେତନ କରିବା ସହ ଚେତାବନୀ ମଧ୍ୟ ଦେଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ସୋସିଆଲ ମିଡିଆ ପ୍ଳାଟଫର୍ମରେ  ଯଦି ଆପଣଙ୍କ ପାଖକୁ ଏସବିଆଇ ବ୍ୟାଙ୍କ ପକ୍ଷରୁ ଟ୍ରାଞ୍ଜାକସନ୍ କିମ୍ବା ଓଟିପିକୁ ନେଇ କିଛି ମେସେଜ ଆସୁଛି ତେବେ ସାବଧାନ ହୋଇ ଯାଆନ୍ତୁ କାରଣ ଆପଣଙ୍କ ସହିତ ଠକେଇ ହୋଇପାରେ।

ଏସବିଆଇ ବ୍ୟାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ଗ୍ରାହକଙ୍କୁ ଏଭଳି ମେସେଜ୍ ଉପରେ ଧ୍ୟାନ ଦେବାକୁ ପହିଛି ଯେଉଁଥିରେ ତାଙ୍କର ଓଟିପି ମଗାଯାଉଛି। ବ୍ୟାଙ୍କ କେବେ ବି ଓଟିପିର ସୂଚନା ମାଗିନଥାଏ। ଏସବିଆଇ ବ୍ୟାଙ୍କ ଟ୍ବିଟ୍ କରି ଲେଖିଛି ’ ବି କନସିୟସ୍, ଷ୍ଟେ ସେଫ୍’। ବ୍ୟାଙ୍କ ପକ୍ଷରୁ ଲେଖାଯାଇଛି ଗ୍ରାହକଙ୍କୁ ଯଦି ହ୍ବାଟସ୍ଆପ୍ ଏବଂ ଅନ୍ୟ ସୋସିଆଲ ମିଡିଆ ଜରିଆରେ  ମେଜେସ୍ ବିଷୟରେ ସୂଚନା ରହିଛି। ଏହି ମେସେଜରେ ଗ୍ରାହକଙ୍କୁ ଫେକ୍ ଅଫର ଦିଆଯାଏ ଓ ଏକ ଟ୍ରାଞ୍ଜାକସନକୁ ନେଇ ଓଟିପି ମଗାଯାଏ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ସାବଧାନୀ ଭାବରେ ଆମେ ଗ୍ରାହକଙ୍କୁ ନିବେଦନ କରୁଛି ସେମାନେ ନିଜର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ବ୍ୟାଙ୍କ କ୍ରିଡେଣ୍ଟିଆଲ କିମ୍ବା ଓଟିପି କାହାକୁ ସେୟାର କରନ୍ତୁ ନାହିଁ କିମ୍ବା ସୂଚନା ଦିଅନ୍ତୁ ନାହିଁ। ଯଦି ଗ୍ରାହକଙ୍କୁ ଏଭଳି ସନ୍ଦେହଜନକ ଲାଗେ ତେବେ ନିଜର କାର୍ଡ କିମ୍ବା ଆକାଉଣ୍ଟରୁ  ଫ୍ରଡ ଟ୍ରାଞ୍ଜାକସନର ସନ୍ଦେହ ହୁଏ ତେବେ ୧୮୦୦୧୧୧୧୦୯କୁ ଫୋନ୍ କରିପାରନ୍ତି।

Related Posts

About The Author

Add Comment