ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ୍‌ ଦେଲେ ସୁରକ୍ଷା ବଳ, ଜଣେ ଆତଙ୍କବାଦୀ ମୃତ ,ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ

Spread the love

ଶ୍ରୀନଗର, ୨୦/୪ (ସନ୍ଧାନ ନିୟୁଜ) : ଜମ୍ମୁ-କଶ୍ମୀରର ସେପୋରେର ବତ୍ରଗାମ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରିରେ ଆତଙ୍କବାଦୀମାନେ ସୁରକ୍ଷା ବଳର ପେଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ କରିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ୍‌ ଦେବାକୁ ଯାଇ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀର ପ୍ରାଣହାନି ଘଟିଥିବା ଜଣାଯାଇଛି। ଏହାଛଡ଼ା ସେହି ଅଞ୍ଜଳରୁ ଆତଙ୍କବାଦୀମାନେ ଛାଡ଼ି ଚାଲି ଯାଇଥିବା ବିପୁଳ ମାତ୍ରାର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି।

ଆତଙ୍କବାଦୀମାନେ ଏକ ଗ୍ରେନେଡ଼ ସେନା ଉପରେ ଆକ୍ରମଣ କରିବାକୁ ଯାଉଥିଲେ। ଏହାପରେ ପୁଲଓ୍ଵାମାରେ ଦକ୍ଷିଣ ତ୍ରାଳ ଟାଉନସିପ୍‌ର ମିଦୁରା ହେମଲେଟ୍‌ରେ ଆତଙ୍କବାଦୀ ଅନାଧୁନିଆ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାବଳର ସେନା ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲା ଓ ଆତଙ୍କବାଦୀମାନଙ୍କ ଉପରକୁ ଗୁଳିାଗୋଳା ବର୍ଷଣ କରିଥିଲେ। ଆତଙ୍କବାଦୀମାନଙ୍କୁ ଧରିବାକୁ ସୁରକ୍ଷାବଳ ଜୋରସୋରରେ ଅଭିଯାନ ଚାଲିଛି।ତେବେ ଆତଙ୍କବାଦୀଙ୍କ କାରନାମାକୁ ପୁଣି ଥରେ ଅସଫଳ କରିଥିବାରୁ ସେନାର ପ୍ରଶଂସା କରାଯାଉଛି।

Related Posts

About The Author

Add Comment