କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲା ବିଚାର ପାଇଁ ଗୃହୀତ; ୧୫ରେ ହେବ ଶୁଣାଣି

Spread the love

ନୂଆଦିଲ୍ଲୀ, ୧୨/୪ (ସନ୍ଧାନ ନିୟୁଜ) : ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ମୀନାକ୍ଷି ଲେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ କରିଥିବା ଏକ ଅଦାଲତ ଅବମାନନା ମାମଲାକୁ ଆଜି ବିଚାର ପାଇଁ ଗ୍ରହଣ କରିବା ସହ ଏହି ମାମଲାର ଶୁଣାଣି ଆସନ୍ତା ୧୫ ତାରିଖ, ସୋମବାର ଦିନ କରିବେ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ।

ବିଜେପି ନେତ୍ରୀ ମୀନାକ୍ଷି ଲେଖିଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ କରିଥିବା ଏହି ଅଦାଲତ ଅବମାନନା ମାମଲାରେ ଅଭିଯୋଗ କରି କହିଛନ୍ତି ଯେ ସୁପ୍ରିମ୍‌ କୋର୍ଟ ରାଫେଲ ସଂପର୍କିତ ରାୟର ପୁନଃ ସମୀକ୍ଷା କରିବା ପାଇଁ କହିବା ପରେ ରାହୁଲ ଗାନ୍ଧୀ ଏହାର ଭୁଲ୍‌ ବାଖ୍ୟା କରୁଛନ୍ତି। ଏହି ମମାଲାରେ ସୁପ୍ରିମ୍‌ କୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ କିଛି ବି ହେଲେ ଉଲ୍ଲେଖ କରି ନଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ସର୍ବସାଧାଣରେ କହୁଛନ୍ତି ଯେ ସୁପ୍ରିମ୍‌ କୋର୍ଟ କୁଆଡ଼େ କହିଛନ୍ତି, ‘ଚୌକିଦାର (ପ୍ରଧାନମନ୍ତ୍ରୀ ମୋଦି) ଚୋର ହୈ’! ସର୍ବସାଧାରଣରେ ଏପରି କହି ସେ ସୁପ୍ରିମ୍‌ କୋର୍ଟଙ୍କ ଅବମାନନା କରିଛନ୍ତ୍‌ି ବୋଲି ବିଜେପି ନେତ୍ରୀ ମୀନାକ୍ଷି ଲେଖି ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି।

Related Posts

About The Author

Add Comment