ଭୁବନେଶ୍ୱର, ୨୮/୫ (ସନ୍ଧାନ ନିୟୁଜ୍/ ବିଶ୍ୱଜିତ୍ ପରିଡ଼ା) ଗତ କିଛି ଦିନ ହେଲା Social Mediaରେ ଘୁରି ବୁଲୁଥିବା ଏକ ଗୁଜବ ପାଇଁ ଓଡ଼ିଶାର ବାସିନ୍ଦାମାନେ ଭୟଭାୟ ପରିସ୍ଥିତିରେ ଗତି କରୁଛନ୍ତି।
ବିହାରରୁ ଆସିଥିବା ୫୦୦ ଜଣ ଯୁବକ ଯୋଉମନେ କି ପିଲା ମାନଙ୍କର ଆଖି ଏବଂ କିଡନୀ କାଢି ନେଇଯାଉଛନ୍ତି। ଏ ଘଟଣାଟି ବର୍ତ୍ତମାନର ଏକ ଡର ପାଲଟି ଯାଇଛି ଓଡ଼ିଶା ବାସୀଙ୍କ ପାଇଁ। ଏ ନେଇ କେତେକ ସ୍ଥାନରେ ବିହାରୀ ମାନଙ୍କୁ ମାଡ଼ ମଧ୍ୟ ଖାଇବାକୁ ପଡ଼ିଛି।
ଏ ଘଟଣାର ସମ୍ପୁର୍ଣ୍ଣ ସତ୍ୟତା ଏବେ ସାମ୍ନାକୁ ଆସିଚି। ରାୟଗଡ଼ାର ଏସିପି, ରାହୁଲ ପିଆର୍ ଏ ଘଟଣାକୁ ସର୍ବ ସମ୍ମୁଖକୁ ଆଣିବାକୁ ଯାଇ କହିଛନ୍ତି ଯେ ଏତିକି ସମୟ ମଧ୍ୟରେ ରାୟଗଡ଼ାରେ କୌଣସି ପିଲାଚୋରି କିମ୍ବା ହତ୍ୟାର ମାମଲା ରୁଜ୍ଜୁ ହୋଇନାହିଁ ଯେତେବେଳେ କି ଏହି ଖବର ରାୟଗଡ଼ାରୁ ଆରମ୍ଭ ହୋଇଥିଲା। ତେବେ ଏ ନେଇ କେବଳ ଫେସବୁକ୍ ଏବଂ ଓ୍ବାତ୍ସୁପ୍ ଯୋଗେଁ ହି ଏହି ଖବର ବ୍ୟାପି ଯାଇଥିଲା। କିଛି ଅସାମାଜିକ ବ୍ୟକ୍ତି ଏମିତି ସବୁ ଖବର ଖେଳାଇ ଏସୁବିଧା କରାଉଛନ୍ତି ବୋଲି ACP ରାହୁଲ ପିଆର ଜନେଇଛନ୍ତି।
Related Posts
About The Author
Add Comment