ଅକ୍ସଫୋଡ ଇଣ୍ଟରନ୍ୟାସନେଲ ସ୍କୁଲ ରେ ୪ର୍ଥ ବାର୍ଷିକ ଉତ୍ସବ

Spread the love

ବୈପାରିଗୁଡା,୨୧ /୩ (ସନ୍ଧାନ ନିଉଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ଗାନ୍ଧିପୁର ଠାରେ ଥିବା ଅକ୍ସଫୋଡ ଇଣ୍ଟରନ୍ୟାସନେଲ ସ୍କୁଲ ରେ ୪ର୍ଥ ବାର୍ଷିକ ଉତ୍ସବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈପାରିଗୁଡା ପଞ୍ଚୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ ଓଭରସିସ ବ୍ୟାଙ୍କ ର ମ୍ୟାନେଜର ଶ୍ରୀଯୁକ୍ତ କବିର ଖିଲାଇ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବିଚିତ୍ର ଜେନା ଯୋଗ ଦେଇଥିଲେ ।ସେହିପରି ମୁଖ୍ୟ ବକ୍ତା ଭାବେ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌରୀ ପ୍ରସାଦ ରଥ ଯୋଗ ଦେଇଥିବା ବେଳେ ଅକ୍ସଫୋଡ ଇଣ୍ଟରନ୍ୟାସନେଲ ସ୍କୁଲ ର ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣି ବାଘାର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ  ଦେଶ ଗଠନରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ପାଠ ପଢା ସାଙ୍ଗକୁ ଖେଳ କୁଦ ର ଆବଶ୍ୟକତା ରହିଛି ବୋଲି ବୁଝାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ବିତରଣ କରଯାଇଥିଲା ଏବଂ ବିଭିନ୍ନ ପ୍ରକାର ସଂକୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବୈପାରିଗୁଡା ସହରର ପ୍ରାୟ ଶତାଧିକ ମହିଳା ଏବଂ ପୁରୁଷ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଅକ୍ସଫୋଡ ଇଣ୍ଟରନ୍ୟାସନେଲ ସ୍କୁଲ ରେ ଥିବା ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

ରିପୋର୍ଟ – ସରୋଜ କୁମାର ଲେଙ୍କା

Related Posts

About The Author

Add Comment