ଯାଜପୁର, ତା ୨୩/୧୧/୨୦୨୨ (ସନ୍ଧାନ ନିଉଜ) : ବୁଧବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ୨୦୨୨-୨୩ ବର୍ଷ ନିମନ୍ତେ ଖରିପଂ ଋତୁ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଚ୍ଥି । ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୈଠକରେ ମାନ୍ୟବର ବିଧାୟକ, କୋରାଇ ଅଶୋକ କୁମାର ବଳ,ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ଉପସ୍ଥିତ ଥିଲେ । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ରାଠୋର କହିଲେ ଯେ, ଚଳିତ ବର୍ଷ ଜିଲ୍ଲାରେ ଅଧିକ ଧାନ ଉତ୍ପାଦନ ହେବା ନେଇ ସୂଚନା ଅଚ୍ଥି । ଏଣୁ ଆସନ୍ତା ୨୦୨୩ ଜାନୁୟାରୀ ୪ ତାରିଖରୁ ଜିଲ୍ଲାରେ ଧାନ ମଣ୍ଡି ମାନ ଖୋଲାଯାଇ ଧାନ କିଣା ଆରମ୍ଭ କରାଯିବ । ଚଳିତ ବର୍ଷ ଜିଲ୍ଲାରେ ୧୨୦ ଟି ପ୍ୟାକ୍ସ ଏବଂ ୩୮ ଗୋଟି ମହିଳା ଏସ୍.ଏଚ୍.ଜି. ମାଧ୍ୟମରେ ୮୬୫୦୦୦ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଚ୍ଥି । ଏଥିପାଇଁ ଚଳିତ ବର୍ଷ ୫୩.୮୪୯ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ରହିଚ୍ଥି । ବୈଠକରେ କୋରାଇର ମାନ୍ୟବର ବିଧାୟକ ଶ୍ରୀ ବଳ କହିଲେ ଯେ, ଧାନ ସଂଗ୍ରହ ସମୟରେ ଚାଷୀ ଭାଇ ମାନଙ୍କୁ ସର୍ବ ନିମ୍ନ ସୁବିଧା ଯୋଗାଇ ଦେବା ସହ ମଣ୍ଡି ମାନଙ୍କରେ ଟେଣ୍ଟ, ପାଣି, ଆଲୋକ ଆଦି ବ୍ୟବସ୍ଥା କରିବା ଦରକାର । ଟୋକନ୍ ପାଇଥିବା ଚାଷୀ ଯେପରି ଧାନ ବିକ୍ରୟରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଦୃ୍ଟଷ୍ଟି ଦେବାକୁ ବିଧାୟକ ଶ୍ରୀ ବଳ ପରାମର୍ଶ ଦେଇଥିଲେ । ଧାନ ସଂଗ୍ରହର ଅତିରିକ୍ତ ଲକ୍ଷ୍ୟ ପୂରଣ ଦିଗରେ ଯେପରି କୈାଣସି ଅସୁବିଧା ନ ହୁଏ ସେଥିପାଇଁ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମକୁ ମିଲର ମାନଙ୍କୁ ଆଗୁଆ ଜଣାଇବାକୁ ସମବାୟ ସମିତି ଉପନିବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଆର୍.ଏମ୍.ସି. ସଚିବଙ୍କୁ ପ୍ରତ୍ୟେକ ସେଣ୍ଟରର ସୁବ୍ୟବସ୍ଥା ପାଇଁ ପରାମର୍ଶ ଦେବା ସହ ପୂର୍ବ ବର୍ଷ ଧାନ ସଂଗ୍ରହ ସମୟରେ ଯାହା ସମସ୍ୟାମାନ ରହିଥିଲା ତାହା ଦୂରିକରଣ କରିବାକୁ ଯତ୍ନବାନ ହେବେ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ମିଲରମାନେ ଠିକ ସମୟରେ ଗାଡି ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ଗନି ବ୍ୟାଗ ମହଜୁଦ ରଖିବେ । ସରକାରଙ୍କ ଗାଇଡ୍ଲାଇନ୍ ମାନି ଯେଊଁ ମିଲରମାନେ ୨୦୨୧-୨୨ ଆର୍ଥିକ ବର୍ଷର ଧାନ ସଂଗ୍ରହ କରିଥିଲେ ସେମାନେ ଚଳିତ ଆର୍ଥିକ ବର୍ଷରେ ଧାନ ସଂଗ୍ରହ କରିବାକୁ ଯୋଗ୍ୟ ବିବେଚିତ ହେବେ । ଜିଲ୍ଲାରେ ଧାନ ସଂଗ୍ରହକୁ ସୁଗମ ତଥା ବ୍ୟବସ୍ଥିତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକଙ୍କୁ ଜିଲ୍ଲା ନୋଡାଲ ଅପିଂସର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଜିଲ୍ଲାର ୧୦ ଗୋଟି ବ୍ଳକ ଓ ୨ ଗୋଟି ସହରାଞ୍ଚଳରେ ତହସିଲଦାର ମାନଙ୍କୁ ନୋଡାଲ ଅପିଂସର ଭାବେ ନିଯୁକ୍ତି ଦିଆଯାଇଚ୍ଥି । ସେହିପରି ଉପଖଣ୍ଡ ସ୍ତରରେ ଏକ ଟାସ୍କପୋଂର୍ସ କମିଟି ଗଠନ କରାଯାଇଚ୍ଥି । ଯେଊଁଥିରେ ଉପଜିଲ୍ଲାପାଳ, ଅତିରିକ୍ତ ଯୋଗାଣ ଅଧିକାରୀ, ମେମ୍ୱର କନ୍ଭେନର, ରହିଥିବା ବେଳେ ଜିଲ୍ଲା କୃଷି ଅଧିକାରୀ, ଉପନିବନ୍ଧକ, କୋ-ଅପରେଟିଭ ସୋସାଇଟି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କମିଟିର ସଦସ୍ୟ ରହିଚ୍ଥନ୍ତି । ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ପି.ପି.ଟି. ମାଧ୍ୟମରେ ଚଳିତ ବର୍ଷର ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ମିଲର, ଚାଷୀ ଏବଂ ଜିଲ୍ଲା ଯୋଗାଣ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
୨୦୨୨-୨୩ ଖରିଫ ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
|
November 23, 2022 |