(୨୫.୦୯.୨୦୨୧, ଢେଙ୍କାନାଳ) ଗନ୍ଦିଆ ବ୍ଲକ୍ ସଦର ମହକୁମା ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗନ୍ଦିଆ ରେ ଜୁନିୟର ରେଡ଼କ୍ରସ୍ ୟୁନିଟ୍ ତରଫରୁ ପ୍ରାଥମିକ ଚିକିତ୍ସା ତଥା ଉପଚାର ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମୁରଲୀଧର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଶ୍ରୀମତୀ ସ୍ଵାତୀ ମିଶ୍ର ଙ୍କ ଦ୍ଵାରା ସେପ୍ଟେମ୍ବର ମାସ ୨୫ ତାରିଖ ଅପରାହ୍ନ ୧୨.୩୦ ରେ ଅନୁଷ୍ଠିତ ହୋଇଯାଇଅଛି।ଶ୍ରୀମତୀ ମିଶ୍ର ପ୍ରାଥମିକ ଉପଚାର ଶିକ୍ଷାର ଲକ୍ଷ୍ୟ ଓ ଆବଶ୍ୟକତା ବୁଝାଇବା ସହିତ ପ୍ରଦର୍ଶନ ମାଧ୍ୟମରେ ଦୁର୍ଘଟଣା ପରବର୍ତ୍ତି ପଚିଚାଳନା, ଆସୁ ଆରୋଗ୍ୟ ସ୍ଥିତି , ହତାହତ ପରିଚାଳନା,ଅସ୍ଥାୟି ଶ୍ୱାସକ୍ରିୟା ସ୍ଥିର ,ହୃଦ୍ ଘାତ,ସରିସୃପାଘାତ, ବାତ ମାରିବା ଇତ୍ୟାଦି ର ପ୍ରାଥମିକ ଉପଚାର ବିଷୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଶ୍ରୀମତୀ ମିଶ୍ର ପ୍ରାଥମିକ ଉପଚାର ଶିକ୍ଷାର ଜ୍ଞାନକୁ ସଠିକ୍ ଉପାୟରେ ଉପଯୋଗ କରି ଆହତ ବ୍ୟକ୍ତିର ଜୀବନ ବଞ୍ଚାଇବା ଜଣେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ କାରିଙ୍କ କର୍ତ୍ତବ୍ୟ ବୋଲି କହିଥିଲେ।କୋଭିଡ -୧୯ ଗାଇଡ୍ ଲାଇନ୍ ନିୟମାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପରିଚଳନା କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଷଡ଼ଙ୍ଗୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଅତିଥି ଋପେ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ସ୍ବାଇଁ, ଦୁଷ୍ମନ୍ତ ସେଠୀ,ଅରୁଣ ନାଏକ, ଚିରଞ୍ଜିବ ଦାସ, ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁ,ନିବେଦିତା ପାତ୍ର,ଶ୍ରାବଣୀ ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।ପରିଶେଷରେ କ୍ରୀଡା ଶିକ୍ଷକ ଦୁଷ୍ମନ୍ତ ସେଠୀ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଜୁନିୟର ରେଡ଼କ୍ରସ୍ ୟୁନିଟ୍ ତରଫରୁ ପ୍ରାଥମିକ ଚିକିତ୍ସା
|
September 26, 2021 |
