4 ଅଙ୍ଗନବାଡି କର୍ମୀଙ୍କୁ  ପୁନଃନିଯୁକ୍ତି ଦାବିରେ ଧାରଣା

Spread the love
ରାଉରକେଲା, ୧୧/୧୨ (ସନ୍ଧାନ ନିୟୁଜ): ସହରର ପାନପୋଷସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ଅଙ୍ଗନବାଡି କର୍ମୀ । ଚାରି  ଅଙ୍ଗନବାଡି   କର୍ମୀଙ୍କୁ ବିନା କାରଣରେ ଚାକରିରୁ ବହିଷ୍କାର ଘଟଣାର ପ୍ରତିବାଦରେ ଏହି ଧାରଣା ଦିଆଯାଇଛି । ତେବେ ବିନା କାରଣରେ ଜିଲ୍ଲା ପ୍ରଶାସନ କାହିଁକି ଏ କାର୍ଯନୁଷ୍ଠାନ ଗ୍ରହଣ କରିଛି ? ଏହାର ଜବାବ ମାଗିବା ସହ ବହିଷ୍କୃତ କର୍ମୀଙ୍କ ପୁନଃନିଯୁକ୍ତି ଦାବି କରିଛନ୍ତି ଧାରଣାରତ କର୍ମୀ ।

ଅଙ୍ଗନବାଡିକର୍ମୀଙ୍କ ଅଭିଯୋଗ ଅନୁସାରେ, ଗତ ରବିବାର ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ମାତ୍ର ଯେଉଁ କାରଣରୁ ତାଙ୍କୁ ଏହି ଟର୍ମିନେସନ ଲେଟର ମିଳିଛି ତାହା ଭିତ୍ତିହୀନ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଆଗକୁ ଅଙ୍ଗନବାଡିକର୍ମୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।

ତେବେ ଚାରି ଆଙ୍ଗନବାଡି କର୍ମୀଙ୍କ ବିରୋଧରେ ନିଆଯାଇଥିବା ଏହି କାର୍ଯନୁଷ୍ଠାନ ପ୍ରତ୍ୟାହୃତ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଇଛନ୍ତି ଧାରଣାରତ ଅଙ୍ଗନବାଡି କର୍ମୀ ।

Related Posts

About The Author

Add Comment