ଲେଫ୍ରିପଡା ରେ ପୁଣି ୭୧ ଜଣ ପୋଜିଟିଭ ଚିହ୍ନଟ, ଅଞ୍ଚଳବାସୀ କରୋନାକୁ ଫୁ କଲେ , ପ୍ରଶାସନର ନିୟନ୍ତ୍ରଣ ବାହାରେ

Spread the love

ସୁନ୍ଦରଗଡ, ୨୫/୫/୨୦୨୧   (ସନ୍ଧାନ ନିଉଜ/ରାଜୁ ପଟେଲ) : ଲେଫ୍ରିପଡା ବ୍ଲକ ରେ ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବ୍ଲକରେ ୭୧ ଜଣ ପୋଜିଟିଭ ଚିହ୍ନଟ ହେବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି  । ଜୋରଦାର ଚେକିଂ ଚାଳିବା ସହିତ  ସମୂହ ଆକାରରେ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ମାତ୍ର ଟେଷ୍ଟ ହେଲାପରେ ସଂକ୍ରମିତ ବ୍ୟକ୍ତି ସରକାରଙ୍କ ଗାଇଡ଼ଲାଇନ ନ ମାନି ବାହାରେ ମନ ମୁତାବକ ବୁଲିବାରୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ବାରମ୍ବାର କୋବିଡ଼ ନିୟମକୁ ଉଲଂଘନ କରିବା, ମାସ୍କ ପିନ୍ଧୁ ନ ଥିବା ,ଅଯଥାରେ ଜନଗହଳି ଅଞ୍ଚଳରୁ ଦୁରେଇ ରହିବାକୁ ପ୍ରଶାସନ ବାରମ୍ବାର ଅନୁରୋଧ କରିଆସୁଛି । ସାପ୍ତାହିକ ସଟଡାଉନ ବ୍ୟତୀତ ଅନ୍ୟ ଦିନମାନଙ୍କରେ ଲେଫ୍ରିପଡା ମୁଖ୍ୟ ରାସ୍ତା  ଦୋକାନ ସହିତ ମିନି ବ୍ୟାଙ୍କ ରେ ରୀତି ମତ ଅନିୟନ୍ତ୍ରଣ ଭିଡ ଦେଖିବାକୁ ମିଳୁଛି । ଲୋକେ ପ୍ରଶାସନର ଗାଇଡ଼ଲାଇନ କୁ ଖାମ ଖିଆଳି ଭାବେ ନିୟମ ଉଲଂଘନ କରି ମୃତ୍ୟୁକୁ  ନିମନ୍ତ୍ରଣ ଦେଉଛନ୍ତି । ଏଭଳି ଦୃଶ୍ୟ ଗିରିଙ୍ଗକେଲା ପଞ୍ଚାୟତରେ ଦେଖିବାକୁ ମିଳିଛି । ପଞ୍ଚାୟତର ଚାଉଳ ବଣ୍ଟନ ସମୟରେ ଲୋକଙ୍କ ସାମାଜିକ ଦୁରତାକୁ ଏଡେଇବା ,ମାସ୍କର ଉପଯୁକ୍ତ ବ୍ୟବହାର ନ କରିବା ସହିତ ଅଯଥାରେ ଗହଳି କରିବାର ଆଜି ଦେଖିବାକୁ ମିଳିଥିଲା । ଏଥିରୁ ଭଲ ଭାବରେ ଜଣାପଡୁଛି ଯେ ଗିରିଙ୍ଗକେଲା ପଂଚାୟତ ପ୍ରଶାସନ ଲୋକଙ୍କ ପ୍ରତି କେତେ ସତର୍କତା ଅବଲମ୍ବନ କରୁଛନ୍ତି ଓ ସଚେତନ କରୁଛି। ଜିଲ୍ଲା ପ୍ରଶାସନକୁ ଦୃଷ୍ଟି ଦେବାକୁ ଦାବି ।

Related Posts

About The Author

Add Comment