ଲେଫ୍ରିପଡା ବ୍ଲକର ବଲଦ ବନ୍ଧା ଗ୍ରାମର ଲୋକେ ମୌଳିକ ଅଧିକାରରୁ ବଞ୍ଚିତ

Spread the love

ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ବଳଦ ବନ୍ଧା ଗ୍ରାମର ଲୋକେ ଗ୍ରୀଷ୍ମ ଦିନରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ଲୋକସଂଖ୍ୟା ପ୍ରାୟ ଦୁଇଶହ ହୋଇଥିବା ବେଳେ ପିଇବା  ପାଣି  ପାଇଁ ଅଛି ମାତ୍ର ଗୋଟିଏ ନଳକୂପ । ଗ୍ରୀଷ୍ମ ଦିନରେ ନଳକୂପରୁ ପାଣି ଗ୍ରାମର ଶୋଷ ମେଣ୍ଟାଇ ପରେ ନାହିଁ ।ପାଣିର ଅସୁବିଧା ନେଇ ପ୍ରଶାସନକୁ ଅନେକ ଥର ଗୁହାରି କଲେ ମଧ୍ୟକିଛି ଏ ପର୍ଯ୍ୟନ୍ତ  ସୁଫଳ ମିଳି ପାରି ନାହିଁ । ତା ସହିତ ଗ୍ରାମର ରାସ୍ତା ସମ୍ପୂର୍ଣ ଖରାପ ହୋଇଥିବାରୁ ବିଶେଷତଃ  ଚିକତ୍ସା   ପାଇଁ କୌଣସି ଗାଡି ଯିବା ଆସିବା କରିପାରୁ ନାହିଁ । ସ୍ୱାଧୀନତାର ୭୪ବର୍ଷ ବିତିଗଲେ ମଧ୍ୟ ଏବେ ଗ୍ରାମରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ନାହିଁ ଯାହା କାରଣରୁ ଶିଶୁ ମାନେ ଏବେ ମଧ୍ୟ ଅବହେଳିତ ଅବସ୍ଥାରେ ରହିବା ସହିତ ସରକାରଙ୍କ ସୁବିଧାରୁ ବଂଚିତ ଅଛନ୍ତି । ବର୍ଷାଦିନେଲୋକେ ଚାଲ ଘରେ ହନ୍ତସନ୍ତ ହେଉଛନ୍ତି । ଓଡିଶା ସରକାର ବିଜୁ ପକ୍କା ଘରର ଡିବିଡିବି ପିଟୁଥିବା ବେଳେ ଅଞ୍ଚଳବାସୀ ସରକାରଙ୍କର ସମସ୍ତ ସୁବିଧାରୁ ବଞ୍ଚିତ ରହିଛନ୍ତି । ଭୋଟ ସମୟରେ ରାଜନେତାମାନେ ଆସି ଅନେକ ପ୍ରତିଶୃତି ଦେଇ ଗ୍ରାମବାସୀମାନଙ୍କୁ ଠକି ଆସୁଥିବା ଗ୍ରାମବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ପ୍ରଶାସନର କେବେ ଆଖି ଖୋଲିବ ତାହା ଦେଖିବା ବାକିରହିଛି ବୋଲି ଗ୍ରାମବାସୀଙ୍କ ମନରେ ଚିନ୍ତାର ବିଷୟ ପାଲଟିଛି ।

Report by Rosan Patel from Sundargad

Related Posts

About The Author

Add Comment