ସୁନ୍ଦରଗଡ, ୧୭/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ସବଡେଗା ଓ ବାଲିସଙ୍କରା ବ୍ଲକ ରେ କରୋନା ତାର କାୟା ବଢାଇବାରେ ଲାଗିଛି । ସୂଚନାରୁ ବର୍ତ୍ତମାନ ସୁଦ୍ଧା ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସତାଧିକଲୋକ କରୋନା ରୋଗରେ ଚିହ୍ନଟ ହେବାର ସୂଚନା ମିଳିଛି । ବାଲିସଙ୍କରା ବ୍ଲକରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସବଡେଗା ବ୍ଲକ ରେ ଜଣଙ୍କ ମୃତ୍ୟୁ ହେବାର ସୂଚନା ମିଳିଛି । ବାଲିସଙ୍କରା ବ୍ଲକ ରାମପୁର ପଞ୍ଚାୟତ ର ୬୨ବର୍ଷୀୟ ଜଣେ ପୂର୍ବତନ ଶିକ୍ଷକ ରାଉରକେଲା ଜୟପ୍ରକାଶ ହସ୍ପିଟାଲ ଗତ ୧୬ତାରିଖ ଦିନ ଚିକିଷାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗତ ୧୩ ତାରିଖରେ ତାଙ୍କର ପୋଜିଟିପ ରିପୋର୍ଟ ମିଳିଥିଲା । ସେ ଏକା ସଂଘରୋଧରେ ରହୁଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା । ବାଲିସଙ୍କରା ବ୍ଲକ୍ର କୁସୁମମୁରା ପଞ୍ଚାୟତ ର ଜଣେ ବିଜେଡି ନେତାଙ୍କୁ କରୋନା ରେ ମୃତ୍ୟୁ ଘଟୁଛି ।ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ହେବାର ସୂଚନା ମିଳିଛି । ତାଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ବାଲିସଙ୍କରା ବ୍ଲକ ସହିତ ସୁନ୍ଦରଗଡ ଜିଲ୍ଲା ବିଜେଡି ଶିବିରରେ ଶୋକର ଲହରୀ ଖେଳିଯାଇଛି । ସବଡେଗା ବ୍ଲକର ଗଇଲୋ ଗ୍ରାମର ୪୧ବର୍ଷୀୟ ଯୁବକଙ୍କ କରୋନା ସଂକ୍ରମଣ ରେ ମୃତ୍ୟୁ ଘଟିଛି । ଦିନକୁ ଦିନ କରୋନା ର ସଂକ୍ରମଣ ଦ୍ୱାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି ।
ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ସବଡେଗା ଓ ବାଲିସଙ୍କରା ବ୍ଲକରେ ଚାରି ଜଣଙ୍କର ମୃତ୍ୟୁ
|
April 17, 2021 |