Spread the love

ସୁନ୍ଦରଗଡ,୧୪/୦୨/୨୧ (ସନ୍ଧାନ ନିଉଜ/ରୋଶନ ପଟେଲ)- ସୁନ୍ଦରଗଡ ଜିଲ୍ଲା ସବଡେ଼ଗା ବ୍ଲକ ର ଜାଇସର ପଞ୍ଚାୟତ ଅନ୍ତର୍ଗତ ଗଇଲୋ ଗ୍ରାମରେ ପାଇଖାନା ତିଆରି କୁ ନେଇ ଜାଲିଆତି ହୋଇ ଥିବା ଅଭିଯୋଗ ହୋଇଛି I ଗୋଟିଏ ପାଇଖାନା ଗୃହ ରେ  ଏକାଧିକ ବିଲ ହୋଇ ଥିବା ଅଭିଯୋଗ ହୋଇଛି I ସୂଚନା ଅନୁସାରେ ଗଇଲୋ ଗ୍ରାମ ର ଯୁଧିଷ୍ଠିର ବେହେରା ଏବଂ ତାଙ୍କର ଭାଇ ରମେଶ ବେହେରା ଙ୍କ ନାମରେ ଦୁଇ ଟି ପାଇଖାନା ଜଣେ ଠିକାଦାର ନିର୍ମାଣ କରିଥିଲେ I ରମେଶ ବେହେରା ଙ୍କର ବିଲ ପାସ ହୋଇ ଥିବା ବେଳେ ଯୁଧିଷ୍ଠିର ବେହେରାଙ୍କୁ ଏଯାଏଁ ପଇସାଟିଏ ମଧ୍ୟ ମିଳି ନାହିଁ I ଏହି ପାଇଖାନା କୁ ଦେଖାଇ ଅନ୍ୟ ଜଣେ ଟଙ୍କା ଉଠାଇଥିବା ଜଣI ପଡିଛି I ସେହି ପାଇଖାନା ରେ ସୁନ୍ଦରମଣୀ ବେହେରାଙ୍କ ନାମ ଲେଖାଯାଇ ତାଙ୍କ ନାମରେ ପଇସା ଉଠାଣ  ହୋଇ ଥିବା ଜଣାପଡିଛି I ଏହି ଘଟଣା ରୁ ଜଣା  ପଡୁଛି ଯେ ବିଭାଗୀୟ ଅଧିକାରୀ କେତେ ସଜାଗ ଅଛନ୍ତି  I ତିଆରି ହୋଇଥିବା ପାଇଖାନା ର ଯାଞ୍ଚ ନ କରି ଠିକାଦାର ମାନଙ୍କୁ ବିଲ ପାସ କରିଦିଅI ଯାଉ ଥିବା ବୁଦ୍ଧିଜୀବୀ ମହଲା ରେ ଚର୍ଚା ର ବିଷୟ ପାଲଟିଛି I

Related Posts

About The Author

Add Comment