କଣ ମୁଁ କରିବି
ଲିଙ୍ଗରାଜ ପଣ୍ଡା ,ବାରିପଦା
କାହିଁ ମୁଁ ରହିବି କେଉଁଠାକୁ ଯିବି
ବୁଦ୍ଧି ଦିଶୁନାହିଁ ମୋତେ
ମାୟା ଦୁରୁଦଣ୍ଡ କାଟୁଅଛି ପିଣ୍ଡ
ସମ୍ବାଳି ସହିବି କେତେ ||୧ ||
ଜନ୍ମରୁ ମୁଁ ଦାସ ଛିଣ୍ଡାଉଛୁ ଆଶ
ଦିଶୁଅଛି ଅସୁନ୍ଦର ||୨||
ସଭାଥଲେ କରି ସାଧୁସନ୍ଥ ବରି
ନ ଥିଲେ ଧର୍ମ ବିବେକ
ପୁରୁଷ ଥାଇ ସ୍ତିରୀରତ୍ନ ନଥିଲେ
ଗୃହେ ଥିବାର କି ସୁଖ ||୩ ||
ସଂସାର ସାଗରେ ପୁତ୍ର ଦୁହିତାରେ
ଯେବଣ ପ୍ରାଣୀ ନିରେଖ
କୁଳ ଧର୍ମ ନାଶକର୍ମ ଅପଯଶ
ଚାହିଁ ନ ଯୋଗାଏ ମୁଖ ||୪ ||
ଆଶା ବାଡିବୃତି ଦୁର୍ଲଭ ସମ୍ପଭି
ଧନଦ୍ରବ୍ୟ ଯାର ନାହିଁ
ଦେବତା ବ୍ରାହ୍ମଣ ନୃପତି ଛାମୁରେ
ନିରେଖ ଅଟଇ ସେହି ||୫ ||
ସୁବୁଦ୍ଧି ସତ୍ୟରେ ଅର୍ଥ ସମ୍ପଦରେ
ଚିରେ ଯାର ଶ୍ରଦ୍ଧା ନାହିଁ
ପାଞ୍ଚ ପଚିଶରେ ବାହ୍ୟ ଜଗତରେ
ଗାନହୀନ ବୋଲି କହି ||୬||
ଜଳ ଅଗ୍ନି ହେଲେ ପବନର ତୁଲେ
ନୋହିଲେ ତା ସାଙ୍ଗ ସାଥି
କି ରୂପେ ଲହଡି ଆସିବ ଯେ ମାତି
କି ରୂପେ ପାଳିବ ପୃଥିବି ||୭||
ପୃଥିବି ଅରୁଣ ତେଜମୟ ବର୍ଣ୍ଣ
ଉଦେ ଯେମନ୍ତ ନୋହିବ
ନିଶିରେ ଚନ୍ଦ୍ରମା ପ୍ରକାଶନୋହିଲେ
ଶୋଭା କେମନ୍ତେ ପାଇବ ||୮||
ପଣ୍ଡିତ କବିତା ପାଠେ ନାହିଁ ବୃଭ
ଶୁଭ ଅନୁକୂଳେ ହୀନ
ଖଡି ଗୁଆ ପାଞ୍ଚି ହସ୍ତରେ ନ ଥିଲେ
କି ଜାଣିବା ପାପପୁଣ୍ୟ ||୯||
ଯୋଗୀ ପୁତ୍ର ହୋଇ ବିଷୟରେ ବାଇ
ନ ଥିଲେ ସାଧନା ଯୋଗ
ମନ ପବନକୁ ପରତେ ନକଲେ
ସାଧବ ସେ କେଉଁ ବାଗ ||୧୦||
ଦ୍ୱିଜବର ହୋଇ କ୍ରିୟା କର୍ମ ନାହିଁ
ନୋହେ ଯେବେ ବେଦଧାରୀ
ତ୍ରିସନ୍ଧ୍ୟା ତର୍ପଣ ଜପ ମନ୍ତେ ହୀନ
କେନଣ ଗୁଣେ ସେ ସରି ||୧୧||
ଅନ୍ନରେ ବ୍ୟଞ୍ଜନ ବ୍ୟଞ୍ଜନେ ମଜନ
ନୋହିଲେ ଲବଣ ପାଣି
ନାହିଁ ତା ସୁରଙ୍ଗ ମନକୁ ବିରଙ୍ଗ
କି ରୂପେ ଭୁଞ୍ଚିବ ପୁଣି ।। ୧୨ ||
ଧନ ଦାରା ସୁତ ଇଷ୍ଟ ବନ୍ଧୁ ଭ୍ରାତା
ଶରଧା ନ ଥାଇ ଯେବେ
ମିତ୍ର ବନ୍ଧୁ ପ୍ରତି କି ରୂପେ ବଢିବା
ସୁକୃତ ନ ଥିଲେ ପୂର୍ବେ ।।୧୩
ସେହିରୂପେ ମୋତେ କୃପାଜଳ ଚିତ୍ତ
କଷଣରୁ କରିପାରି
ଭଣେ ଏ ଅଧମ ବ୍ରାହ୍ମଣ ବୋଲରେ
ଗୁରୁ ପାଦ ପଦ୍ମ ଧରି |୧୪|
Related Posts
About The Author
Add Comment