ଯାଜପୁର, ୧୭/୧୦/୨୦୨୦ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ ଜଣ ଲୁଟେରାଙ୍କୁ ଗିରଫ କରିଛି । ଯାଜପୁର ଏସପି ଚରଣ ସିଂ ମୀନା ପ୍ରେସମିଟରେ ସୂଚନା ଦେଇଛନ୍ତି । ଗତ ଅକ୍ଟୋବର ୬ ତାରିଖ ସଂଧ୍ୟା ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ବନ୍ଧଡିହ ଅଂଚଳର ଜଗନ୍ନାଥ ଜୁଏଲାରର ମାଲିକ ମହେଶ୍ବର ସାହୁଙ୍କୁ ଆକ୍ରମଣ କରି ସୁନାଅଳଙ୍କାର ଲୁଟି ନେଇଥିଲେ । ଏନେଇ ଧର୍ମଶାଳା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ୧୧ ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୮୯ ହଜାର ଶହେ ଟଙ୍କା, ୧ଟି ଦେଶୀ ବନ୍ଧୁକ, ୨ଟା ଗୁଳି, ୧୨ କେଜି ୨ ଶହ ରୂପା ଅଳଙ୍କାର, ୭୬ ଗ୍ରାମ ସୁନା ସହ ୪ଟି ବାଇକ୍ ଜବତ କରି ଏମାନଙ୍କୁ କୋର୍ଟ ଚାଲାଣ କରିଛି । ଏମାନେ ସୁନା ଦୋକାନୀ ଏବଂ ପେଟ୍ରୋଲ ଟାଙ୍କିରୁ ଲୁଟ କରିଥାନ୍ତି ବୋଲି ପୋଲିସ କହିଛି ଏପରିକି ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଏସ.ପି ଶ୍ରୀ ମିନା ସୂଚନା ଦେଇଛନ୍ତି ।
Report-Santosh Rout