ମାଲକାନଗିରି, ୩୦.୦୭.୨୦୨୦ (ସନ୍ଧାନ ନିଉଜ) ମାଲକାନଗିରିର ଜଣେ ୬୨ ବୟସ୍କ ଲୋକର ଆଜି ଭୁବନେଶ୍ବର କିମ୍ସି ହସ୍ପିଟାଲରେ କରୋନାରେ ମୃତ୍ଯୁ ହୋଇଥିବା ଜିଲ୍ଲା ପ୍ରଶାସନ ଦ୍ବାରା ଘୋଷଣା କରାଯାଇଛି।ଆଜି ମାଲକାନଗିରି ଜିଲ୍ଲାରେ ୬୫ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।ଫଳରେ ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ଯା ୫୧୦ ରେ ପହଞ୍ଚିଛି ଏବଂ ଜଣଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।ମାଲକାନଗିରି ପୌରାଞ୍ଚଳରେ ୩୫ ଜଣ ବ୍ଯକ୍ତି କରୋନରେ ଆକ୍ରାନ୍ତ ହେୀଇଥିବା ବେଳେ ୩୧ ଜଣ କରୋନା ସଂକ୍ରମିତଙ୍କ ନିକଟରୁ ସଂକ୍ରମିତ ହୋଇଛନ୍ତି।୦୨ ଜଣ ବ୍ଯକ୍ତିଙ୍କୁ ଜ୍ବର ଏବଂ କାଶର ଲକ୍ଷଣ ପ୍ରକାଶ ପାଇଥିଲା।ଅନ୍ଯ ୦୨ ଜଣଙ୍କୁ ଘରକୁ ଘର ଯାଇ ଚିହ୍ନଟ କରାଯାଇଥିଲା। ଏହି ୩୫ ଜଣ ସଂକ୍ରମିତଙ୍କ ମଧ୍ଯରୁ ୦୨ ଜଣ କରୋନା ଯୋଦ୍ଧା ବୋଲି ଜଣା ପଡିଛି।ଖଇରପୁଟରେ ୦୨ ଜଣ ବ୍ଯକ୍ତିଙ୍କୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛି,ସେମାନେ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ।ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ୦୫ ଜଣ ବ୍ଯକ୍ତି କରୋନାରେ ସଂକ୍ରମିତ ହୋଇଥିବା ବେଳେ ଜଣେ ସଂକ୍ରମିତ ସମୄସରେ ଆସି ସଂକ୍ରମିତ,୦୨ ଜଣ ହଟସ୍ପଟ ଜିଲ୍ଲା ଫେରନ୍ତା ,ଅନ୍ଯ ଜଣେ ଘରୁ ତଦନ୍ତରୁ ମିଳିଥିବା ଜଣା ପଡିଛି । ଆଉ ଏକ ରୋଗୀ କୋରାପୁଟ ହସ୍ପିଟାଲରେ ଚିକିତ୍ସାଧିନ ରହିଛି।କାଲିମେଳାରେ ୦୩ ଜଣ ସଂକ୍ରମିତ ହେୀଇଥିବା ବେଳେ ୦୨ ଜଣ ବ୍ଯକ୍ତି ଜ୍ବର କାଶ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଅନ୍ଯ ଜଣେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣା ପଡିଛି।ମାଥିଲିରେ ୧୪ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୧୧ ଜଣ ସଂକ୍ରମିତଙ୍କ ନିକଟସ୍ଥ ହୋଇ ସଂକ୍ରମିତ। ଅନ୍ଯ ୦୩ ଜଣ ହଟସ୍ପଟ ଜିଲ୍ଲା ଫେରନ୍ତା।ଚିତ୍ରକୋଣ୍ଡାରେ ୦୬ ଜଣ ସଂକ୍ରମିତ।ସେମାନେ କରୋନା ପାଇଁ କାର୍ଯ୍ଯ କରୁଥିବା ବ୍ଯକ୍ତି ବିଶେଷ ଅଟନ୍ତି।ସଂକ୍ରମିତ ହୋଇଥିବା ୬୫ ଜଣ ବ୍ଯକ୍ତିଙିକ ମଧ୍ଯକୁ ୨୦ ଜଣଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇଥିବା ବେଳେ ୪୫ ଜଣଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ ଏଥି ମଧ୍ଯରୁ ୧୧ ଜଣ କୋଭିଡ୍ ଯୋଦ୍ଧା ଅଟନ୍ତି।ବର୍ତ୍ତମାନ ୩୩୦ କରୋନା ରୋଗୀ ଆରୋଗ୍ଯ ଲାଭ କରିଥିବା ବେଳେ ୧୭୮ ଜଣ ଚିକିତ୍ସାଧିନ ଅଛନ୍ତି।
ରିପୋର୍ଟ:- ଶକଂର ଖିତୀ,