ଭୁବନେଶ୍ବର, ୧୮/୧/୨୦୨୦ (ସନ୍ଧାନ ନିଉଜ) : କୃଷି ଓଡିଶା କାର୍ଯ୍ୟକ୍ରମରେ ଭାଗନେବେ ଦେଶ ବିଦେଶର ୧୧୨ଟି କମ୍ପାନୀ। ଆସନ୍ତା 20 ରୁ 24 ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି କୃଷି ଓଡିଶା। ଏହି ରାଜ୍ୟ ସ୍ତରୀୟ କୃଷି ପ୍ରଦର୍ଶନୀରେ ଭାଗ ନେବେ ଦେଶ ବିଦେଶର 112 ଟି କମ୍ପାନୀ। ଆଧୁନିକ କୃଷି ପ୍ରଣାଳୀ ଓ ନୂତନ ଜ୍ଞାନ କୌଶଳ ବାବଦରେ ଚାଷୀଙ୍କୁ ଏଠାରେ କରାଯିବ ଅବଗତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି 5 ଦିନିଆ କୃଷି ଓଡିଶା ପ୍ରଦର୍ଶନୀକୁ ଉଦଘାଟନ କରିବା ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।
୨୦ରୁ କୃଷି ଓଡିଶା କାର୍ଯ୍ୟକ୍ରମ, ଭାଗନେବେ ୧୧୨ କମ୍ପାନୀ
|
January 18, 2020 |