ଭୂମିକା ଚକ୍ଷୁ ହସ୍ପିଟାଲ ମାଗଣାରେ ଆଖି ପରୀକ୍ଷା ନାମରେ ହେଉଥିବା ଠକେଇ ବିରୁଦ୍ଧରେ ପ୍ରତିବାଦ

Spread the love

6ଯାଜପୁର, ୨୨/୧୨ (ସନ୍ଧାନ ନିଉଜ) : 6ଯାଜପୁର ଜିଲ୍ଲା ଅନ୍ତର୍ଗତ ଜରକା ଠାରେ ଥିବା ଏନଜିଓ ସଂସ୍ଥା ଭୂମିକା ଚକ୍ଷୁ ହସ୍ପିଟାଲ ମାଗଣାରେ ଆଖି ପରୀକ୍ଷା କରିବା ବେଳେ ଏବେ କଟକରୁ ବଡ ବଡ ଡାକ୍ତର ଆଣି ଏଠି ବିଭିନ୍ନ ରୋଗର ଚିକିତ୍ସା କରିବା ସହିତ ରୋଗୀ ମାନଙ୍କ ଠାରୁ ଅନେକ ଖର୍ଚରେ ପକାଇବା ବେଳେ ନିଜର ସବୁ ଦୋକାନ ମାଲେମାଲ ହେବାର ଖବର ମିଳିଛି।ଯେଉଁ ଡାକ୍ତର ମାନେ ଏଠାରେ ଔଷଧ ଲେଖୁଛନ୍ତି ସେ ସବୁ ଭୂମିକା ହସ୍ପିଟାଲ ତରଫରୁ ଖୋଲା ଯାଇଥିବା ମେଡ଼ିସିନ ଦୋକାନ ରେ ଉପଲବ୍ଧ ହେଉଥିବା ବେଳେ ମନ ଇଛା ବିଲ କରୁଥିବା ଖବର ମିଳୁଛି।ଏଠି ପ୍ରଶ୍ନ ଉଠୁଛି ଯେ ଏକ ଏନଜିଓ ଭଳି ସଂସ୍ଥା ଯିଏକି ସବୁ ପ୍ରକାର ଡାକ୍ତର ମଗାଇ ରୋଗୀ ସେବା କରୁଥିଲା ବେଳେ ରୋଗୀ ମାନଙ୍କ ଅବସ୍ଥା ଯାହା ହେଉଥିବା ବେଳେ ଏଭଳି କାର୍ଯ୍ୟ କରିବାକୁ ସରକାରୀ ଅନୁମତି ନିହାତି ତ ଆବଶ୍ୟକ ହୋଇଥାଏ।ସଂସ୍ଥା ତରଫରୁ ନିଜର କଣ ଡାକ୍ତର ନିଯୁକ୍ତି ହୋଇଛନ୍ତି।ଯାହା ଫଳରେ ଲୋକ ମାନଙ୍କ କ୍ଷତି ସହିବାକୁ ପଡୁଛି।ସାଧାରଣ ରୋଗୀ କୁ ଆଖି ପରୀକ୍ଷା କରାଇବା ଲାଗି ଏଠି ରୋଗୀକୁ ୨୦୦ ଟଙ୍କା ଦେବାକୁ ପଡିଥାଏ।ଆଉ ଆଖି ପରୀକ୍ଷା କରି ଚଷମା ଲେଖା ଯାଉଥିବା ମୂଲ୍ୟ ଆନ୍ୟ ଦୋକାନ ଅପେକ୍ଷା ବହୁତ ଦାମ ଦେବାକୁ ପଡୁଛି ବୋଲି ଆନେକ ରୋଗୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି।ଏଠି ସବୁ ରୋଗ ର ଚିକିତ୍ସା ପାଇଁ ଡାକ୍ତର ମାନେ ଚୁକ୍ତି ହିସାବରେ ଆସୁଥିବା ବେଳେ ରୋଗୀ ମାନକୁ ଆଖିବୁଝା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ରୋଗୀ ମାନଙ୍କ ଢି଼ଅ ବାଡ଼ି ବିକ୍ରି ଭଳି ଆବସ୍ଥା ଭୋଗିବାକୁ ପଡୁଛି।ସାଧାରଣ ଡେଲିଭରି ଟିଏ ହେଲେ ଏଠି ୧୦ହଜାର ରୁ ଉର୍ଦ୍ଧ ଖର୍ଚ୍ଚ କରିବାକୁ ପଡୁଛି।ଏଭଳି ଉପାୟରେ ଟଙ୍କା ରୋଜଗାର କରି ପ୍ରାୟତଃ ଓଡ଼ିଶାରେ ୫ ରୁ ୬ ଜାଗା ଭଳି ଜାଗାରେ ଏଭଳି ଡାକ୍ତର ଖାନା ଭୂମିକା ଚକ୍ଷୁ ହସ୍ପିଟାଲ ଖୋଲା ଯାଇ ଅଛି।ଏଥି ପ୍ରତି କାହାରି ନିଘାନାହିଁ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇ ସୁନେଲି ସ୍ବପ୍ନ ଦେଖୁଥିଲା ବେଳେ ରୋଗୀ ମାନଙ୍କୁ ଷୋସିବାରେ ଲାଗି ପଡିଛନ୍ତି ଏହି ହସ୍ପିଟାଲ ର କର୍ମଚାରୀ ଓ ମାଲିକ ।ତୁରନ୍ତ ଏଥି ପ୍ରତି ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଏଭଳି ଅନ୍ୟାୟ କୁ ରୋକିବା ସହିତ ରୋଗୀ ମାନଙ୍କ ସୁବିଧା ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Related Posts

About The Author

Add Comment