କବାଟବନ୍ଧ, ୧୯/୧୧ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ଦୁଇ ବର୍ଷ ହେଲା ପ୍ରତିଦିନ ରକ୍ତ ପିଉଥିବା ଚାଳିଶି କିଲୋମିଟରର ଯମପଥ ହେଉଛି ଚଣ୍ଡିଖୋଲ- ଦୁବୁରୀ ଜାତୀୟ ରାଜପଥ ବୋଝ ଉପରେ ନଳିତା ବିଡ଼ା ସ୍ୱରୂପ ୧.୨୫ କିମି ବିଶିଷ୍ଟ ଅଣ ଓସାରିଆ ଦୁର୍ବଳ ବ୍ରାହ୍ମଣୀ ସେତୁ।
କେତେ ଯେ ଜୀବନ ଯିବା ସାଙ୍ଗକୁ ଅନେକ ବିକଳାଙ୍ଗ ହୋଇ ଶହ ଶହ ପରିବାର ଦାଣ୍ଡର ଭିକାରୀ ହେବା ର ଘଟଣା କେବଳ ଗଣ ମାଧ୍ୟମ ହିଁ କହିପାରିବ। ପ୍ରତିଦିନ ଖବର କାଗଜ ପୃଷ୍ଠା ଲେଉଟାଇଲେ ଏହି ରାଜପଥ ରେ କିଛି ଅଘଟଣ ର ନଜିର ଆସେ।
ଅନ୍ୟ ପଟେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି କୁମ୍ଭକର୍ଣ୍ଣ ନିଦ୍ରା ରେ ସୋଇଥିବା ଜାତୀୟ ରାଜପଥ ଅଧିକାରୀ ଙ୍କୁ ନିରନ୍ତର ସଚେତନ କରାଇ ଜିଲ୍ଲା ପ୍ରଶାସନ ଜରିଆରେ ବାରମ୍ବାର ଆବେଦନ କରୁଥିବା ସଚେତନ ନାଗରିକ ମଂଚ ତୃତୀୟ ଥର ପାଇଁ ଆନ୍ଦୋଳନ କୁ ଓଲ୍ଲାଇଛି। ମିଛ ପ୍ରତିଶୃତି ଦେଇ Oକି ଆସୁଥିବା ଜାତୀୟ ରାଜପଥ ପାଇଁ ଅନେକ ପରିବାର ଉଜୁଡିଲାଣି ଓ ତୁରନ୍ତ ନିଷ୍ପତ୍ତି ନ ନିଆଗଲେ ଆଗକୁ ଅନେକ ଦୁର୍ଘଟଣା କୁ ଏଡାଇ ନ ଦିଆ ଯାଇପାରେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ସେଥିପାଇଁ ଆଗାମୀ ଡିସେମ୍ବର ତିନି ତାରିଖ ରେ ବ୍ରାହ୍ମଣୀ ସେତୁ ନିକଟରେ ନିର୍ଜଳା ଧାରଣା ଦିଆ ଯିବା ଶହ ପାଞ୍ଚ ଦଫା ଦାବି ସଡ଼କ ସୁରକ୍ଷା ପାଇଁ ଉପସ୍ଥାପନା କରାଯିବ। ଏ ସମ୍ବନ୍ଧରେ ଜିଲ୍ଲାପାଳ ଙ୍କ ଦାଇତ୍ୱ ତୁଲାଉଥିବା ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତି ଓ ଆରକ୍ଷୀ ଅଧିକାରୀ ଚରଣ ସିଂ ମିନା ଙ୍କୁ ଆବେଦନ ପତ୍ର ଦିଆଯିବା ସହ ଲୋକଙ୍କ ଜୀବନ ଯିବିକା ର ଏହି ସଡ଼କ ପାଇଁ ଉଚ୍ଚ ସ୍ତରୀୟ ଆଲୋଚନା ହେଉ ବୋଲି ନିବେଦନ କରାଯାଇଛି।
ସୂଚନା ଥାଉକି ଗତ ଡିସେମ୍ବର ମାସ ଦଶ ତାରିଖ ରେ ଚାରି ଦଫା ଦବିନେଇ ଯେଉଁ ଆନ୍ଦୋଳନ ହେଇଥିଲା ସେଥି ମଧ୍ୟରୁ ବ୍ରାହ୍ମଣୀ ସେତୁର ୨୭ ଟି ଯଏଣ୍ଟ ପଏଣ୍ଟ ଓ ୬୫ ଟି ଖଞ୍ଜା ପରିବର୍ତ୍ତନ, ୯୦ ଟି ଖଞ୍ଜା ମରାମତି କାର୍ଯ୍ୟଓ ଚଲାପଥ ମରାମତି ପାଇଁ NHAI କାର୍ଯ୍ୟଭାର ହାତକୁନେଇଥିଲା। କିନ୍ତୁ ପ୍ରମୁଖ ଦାବି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଚାରି ଥାକିଆ ରାସ୍ତା ର ନିର୍ମାଣ କାର୍ଯ୍ୟ ଯାହା ଏପ୍ରିଲ ୨୦୧୯ ରୁ ଆରମ୍ଭ କରିବାର ଥିଲା ତାହା ଅଦ୍ୟାବଧି ଅନିଶ୍ଚିତତା ଭିତରେ। ଗତ ୨୩ ସେପ୍ଟେମ୍ବର ଭୁବନେଶ୍ୱର ରେ ସଚେତନ ନାଗରିକ ମଂଚ ର ଭୁବନେଶ୍ୱର କାର୍ଯ୍ୟଳୟ ରେ ପ୍ରତିବାଦ ବେଳେ ଜାତୀୟ ରାଜପଥ ଆଞ୍ଚଳିକ ନିର୍ଦେଶକ ଅର ପି ପଣ୍ଡା ଚାରିଥାକିଆ ରାସ୍ତା ନିର୍ମାଣ ପାଇଁ ଏଯାଏ ନିର୍ଦିଷ୍ଟ ଟେଣ୍ଡର ହୋଇନାହିଁ ବୋଲି ସ୍ପଷ୍ଟ କରିଥିଲେ।
ଦୀର୍ଘ ଦଶ ହେଲା ଏହି ୪୦କିମି ଅସୁରକ୍ଷିତ ରାଜପଥ ପାଇଁ ଚାଲିଥିବା ଲଗାତାର ଅବହେଳା କୁ ଆଉ ପ୍ରଶ୍ରୟ ଦିଆ ଜୀବନୀ ବୋଲି ସଚେତନ ନାଗରିକ ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପଟେ। ଲଗାତାର ଦୁର୍ଘଟଣା ଯୋଗୁଁ ବହୁ ସ୍ଥାନୀୟ ଜନ ସାଧାରଣ ଓ ଯୁବ ସଙ୍ଘଠନ ଏହି ଡିସେମ୍ବର ତିନି ଆନ୍ଦୋଳନ କୁ ସମର୍ଥନ ଅଣାଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଘଡେଇ, ବିଶିଷ୍ଟ ସାମ୍ବାଦିକ ବେଣୁଧର ପଣ୍ଡା, ମହେଶ୍ୱର ବଳ ଏବଂ ଗଣ ମାଧ୍ୟମ ପ୍ରତିନିଧି ଏହି ଆନ୍ଦୋଳନ ରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ମଂଚ ର ଉପଦେଷ୍ଟା ପରମାନନ୍ଦ ସାହୁ ସୂଚନା ଦେଇଛନ୍ତି।
ଆଜିର ଦାବିପତ୍ର ରେ ସେତୁ ଓ ସଡ଼କ ନିର୍ମାଣ, ସମ୍ପୂର୍ଣ୍ଣ ତୁରନ୍ତ ମରାମତି, ବ୍ରାହ୍ମଣୀ ସେତୁ ର ବହନ କ୍ଷମତା ର ଯାଞ୍ଚ, ଭାରିଜନ ସଂଖ୍ୟା ପଚାଶ ଭାଗ କୁ ନିୟନ୍ତ୍ରଣ, ବ୍ରାହ୍ମଣୀ ସେତୁ ଓ ସଡ଼କ କ କୁ ଅଲୋକୀକରଣ, ଚଣ୍ଡିଖୋଲ- ଚଢ଼େଇଧାରା- କନ୍ତପଡ଼ା ଛକରେ କଲେଜ ପିଲା ଓ ଯାତ୍ରୀ ଙ୍କ ପାଇଁ ବୈଟିଂ ଷ୍ଟେସନ ଆଦି ପାଞ୍ଚ ଟି ଦାବି ଦିଆଯାଇଥିଲା।
ସଚେତନ ନାଗରିକ ମଂଚ ପକ୍ଷରୁ ସରୋଜ ବେହେରା, ଯଶୋବନ୍ତ ସାହୁ, ସୂର୍ଯ୍ୟକାନ୍ତ ବେହେରା ଓ ମନୋଜ ଜେନା ପ୍ରମୁଖ ନିର୍ଜଳା ଧାରଣା ପାଇଁ ଦାବି ପତ୍ର ଦେଇଥିଲେ। ଡିସେମ୍ବର ତିନି ତାରିଖ ରେ ସଡ଼କ ସୁରକ୍ଷା ପାଇଁ ଏହି ଆନ୍ଦୋଳନ କୁ ସଫଳ କରିବାକୁ ମଂଚ ର ଉପଦେଷ୍ଟା ପଙ୍କଜ ମଲ୍ଲ ନିବେଦନ କରିଛନ୍ତି।