ସମସ୍ତଙ୍କ ସମ୍ମୁଖରେ ନିଜ ଉପରେ ଗୁଳି ଚଳାଇଥିଲେ ଜଜ୍

Spread the love

ବ୍ୟାଙ୍କକ,୫/୧୦ (ସନ୍ଧାନ ନିଉଜ) : ଥାଇଲ୍ୟାଣ୍ଡରେ ଜଣେ ବିଚାରପତି  ଏକ ମାମଲାକୁ ନେଇ ରାୟ ଶୁଣାଇ ଥିଲେ। ଏହି ରାୟ ଶୁଣାଇବା ପରେ ସେ ଏତେ ଭାଙ୍ଗି ପଡ଼ିଥିଲେ କି ବନ୍ଧୁକରୁ ନିଜ ଉପରେ ଗୁଳି ଚଳାଇ ଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଦକ୍ଷିଣ ଥାଇଲ୍ୟାଣ୍ଡରେ ୟାଲା ସହରରେ ଥିବା ଏକ ଅଦାଲତରେ ଜଜ ଖାନାକୋର୍ନ ପିୟାନାଚାନା ବନ୍ଧୁକରୁ ନିଜ ଉପରେ ଗୁଳି ଚଳାଥିଲେ। ସେ ଏକ ହତ୍ୟା ଓ ବେଆଇନ  ଅସ୍ତ୍ରଶସ୍ତ୍ର ରଖିଥିବା ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଖଲାସ କରି ଦେବା ପରେ କରିଥିବା ଜଣାପଡ଼ିଛି। ଏହି ଘଟଣା ଘଟିବା ପରେ ଜଜଙ୍କୁ ତୁରନ୍ତ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ସର୍ଜରି କରିଥିଲେ।

ଏହି ଘଟଣା ପୂର୍ବରୁ ଖାନାକୋର୍ନ ପିୟାନାଚାନାଙ୍କ  ସହିତ ଜଡ଼ିତ ଏକ ବୟାନ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି। ଯେଉଁଥିରେ ଦାବି କରାଯାଇଛି କି, ବରିଷ୍ଠ ବିଚାରପତି ତାଙ୍କୁ ଉକ୍ତ ମାମଲାରେ ନିଜର ରାୟ ପରିବର୍ତ୍ତନ କରିବାକୁ କହିଥିଲେ।

କେବଳ ଏତିକି ନୁହେଁ, ଏଥିରେ ଉଲ୍ଲେଖ ରହିଛି କି ଏହି ସମୟରେ ସମଗ୍ରଦେଶରେ ନ୍ୟାୟାଳୟରେ ଅନ୍ୟ ସମସ୍ତ ବିଚାରପତିଙ୍କ ସହିତ ଏପରି ବ୍ୟବହାର କରାଯାଉଛି। ଯେମିତି ମୋ’ ସହିତ ଘଟିଛି। ଯଦି ମୁଁ ମୋର ପଦର ଶପଥକୁ ପୂରା କରି ପାରିଲି ନାହିଁ, ତେବେ ବିନା ସମ୍ମାନ ବଞ୍ଚିବା ଅପେକ୍ଷା ମରି ଯିବାକୁ ଚାହେଁ।

ଜଜଙ୍କ ଏଭଳି ବୟାନ ବିଭିନ୍ନ ମହଲରେ ବରିଷ୍ଠ ବିଚାରପତିଙ୍କ ହସ୍ତକ୍ଷେପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପଟେ ଥାଇଲ୍ୟାଣ୍ଡର ନ୍ୟାୟପାଳିକାର ମୁଖପାତ୍ରଙ୍କ କହିବାନୁସାରେ, ଖାନାକୋର୍ନ ପିୟାନାଚାନା ବ୍ୟକ୍ତିଗତ କାରଣ ଓ ଚିନ୍ତାରେ ଥିବା ହେତୁ ନିଜକୁ ଗୁଳି ମାରିଥିଲେ।

Related Posts

About The Author

Add Comment