ବଡ଼ସାହି, 05.12.2020 (ଲିଙ୍ଗରାଜ ପଣ୍ଡା)- ବଡ଼ସାହି ବ୍ଳକ ଶିକ୍ଷା ଅଧୁକାରୀଙ୍କ ଅଧୀନରେ ଥିବା ସରକାରୀ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି । ଏହି ତାଳିକାରେ – ଶିକ୍ଷକ ଶିକ୍ଷୟତ୍ରୀଙ୍କ ନାମ ପ୍ରକାଶ ପାଇଛି ପ୍ରାଥମିକ ଶିକ୍ଷକଙ୍କ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗକୁ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ହେଲେ ସଂଯୁକ୍ତା ରାଉତ, ସୁରେଖା ଦଣ୍ଡପାଟ, ଗୌରାଙ୍ଗ ବେହେରା, ସନ୍ତୋଷ ବିଶ୍ୱାଳ, ଯଶୋଦାମଣି ନାଏକ, ନୟନବାଳା ମହାନ୍ତ, ଧୀରେନ୍ଦ୍ର ବେହେରା, ସୁଚ୍ଚିତ୍ରା ତ୍ରିପାଠୀ, ରାମଚନ୍ଦ୍ର ରାଉତ, ଅଶ୍ୱନୀ ରୂପ, ଅର୍ଚ୍ଚନାଁ ମହାରଣା, ଅଜୟ ବେହେରା, ଚିତରଂଜନ ଗିରି, କୁଳମଣି ରାଉତ, ରଜତ ବେହେରା । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଏହି ପଦୋନ୍ନତି ତାଲିକା ପ୍ରସ୍ତୁତ କରାଯାଇ ୧୯ ଜଣଙ୍କ ମଧ୍ୟରୁ ୧୫ଜଣ ପଦୋନ୍ନତି ପାଇଥିବା ବେଳେ ପ୍ରତିଭା ପଣ୍ଡା ଓ ହେମଲତା ସାହୁ ପଦୋନ୍ନତି ନେଇ ନାହାଁନ୍ତି ଅନ୍ୟ ଦୁଇ ଜଣ ଶିକ୍ଷକ ସଚ୍ଚିନ୍ଦ୍ର କୁମାର ବିଶ୍ବାଳ ଅବସରଗ୍ରହଣ କରିଥିବା ବେଳେ ପ୍ରଶାନ୍ତ ମହାନ୍ତିଙ୍କ ମୃତ୍ୟୁ ଘଟିଛି ।