ବାରିପଦା, 13.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ କମୁଛି ମାତ୍ର ଏମିତି ସମୟରେ ବାରିପଦା ଜେଲ୍ରୁ ଏକସଙ୍ଗେ ୧୨ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇଦେଇଛି । ଜେଲ୍ରେ ଥିବା କିଛି କଏଦୀଙ୍କର ଲକ୍ଷଣ ପ୍ରକାଶ ପାଇବାରୁ କରୋନା ପରୀକ୍ଷା କରାଯାଇଥିଲା। ଏଥିରୁ ୧୨ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନଙ୍କୁ ଅଲଗା ସେ ସଙ୍ଗରୋଧ କରି ରଖାଯାଇଛି। ତେବେ ଏ ନେଇ ଜେଲ୍ ଅଧୀକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନି। ପୂର୍ବରୁ ମଧ୍ୟ ଏଠାରୁ ୮ରୁ ଉର୍ଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କରୋନା ମୁକାବିଲା ନେଇ ବାରିପଦା ଜେଲ୍ରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉନଥିବା କିଛି କଏଦୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଜେଲ୍ ଭିତରେ ଥିବା ହସ୍ପିଟାଲରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ମଧ୍ୟ ଖରାପା ତେଣୁ କଏଦୀଙ୍କ ସୁରକ୍ଷାକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି।
12 କଏଦୀ କରୋନା ଆକ୍ରାନ୍ତ
|
December 13, 2020 |