ଶିବାନନ୍ଦ ସେଣ୍ଟ୍ରାଲ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

Spread the love

ଭୁବନେଶ୍ୱର, ୨୫/୪ (ସନ୍ଧାନ ନିୟୁଜ) : ଭୁବନେଶ୍ବର ଖଣ୍ଡଗିରିରେ ଥିବା ଶିବାନନ୍ଦ ସେଣ୍ଟ୍ରାଲ ସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ର ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଛାତ୍ରାବାସର ବନ୍ଧୁ ମାନଙ୍କୁ ଆତ୍ମହତ୍ୟା କେମିତି ହୁଏ ତାର ଡେମୋ ଦେଖାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବାସ୍କୁଲ ପକ୍ଷରୁ କୁହାଯାଉଛି । ଅପରପକ୍ଷରେ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ମୃତ ଛାତ୍ର ହେଉଛନ୍ତି ଚିନ୍ମୟ କୁମାର ବେହେରା । ତାଙ୍କ ଘର ଅନୁଗୁଳ ଜିଲ୍ଲା ମୁଣ୍ଡଳ ଗାଁରେ ବୋଲି ଜଣାପଡିଛି । ଖବର ପାଇବା ପରେ ମୃତ ଚିନ୍ମୟଙ୍କ ମାମୁ ଓ ଅନ୍ୟ ସଂପର୍କୀୟ ସ୍କୁଲରେ ପହଞ୍ଚିବା ସହ ଖଣ୍ଡଗିରି ଥାନାରେ ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment