ସବଡେଗା ବ୍ଲକ ସ୍ଵାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ କର୍ମୀଙ୍କ କରୋନା ସମୟରେ ଅତୁଳନୀୟ କାର୍ଯ୍ୟ

Spread the love

ସୁନ୍ଦରଗଡ, ୨୫/୬/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) : ସବଡେଗା ବ୍ଲକର ସ୍ଵାସ୍ଥ୍ୟ କର୍ମୀ ମାନେ ନଦିନାଲ ଡେଇଁ  କରୋନା ସମୟରେ ନିଜର କର୍ମ ସମ୍ପାଦନ କରିଛନ୍ତି । ସବଡେଗା ବ୍ଲକ ଅନ୍ତର୍ଗତ ରାଜପୁର ପଞ୍ଚାୟତ ର ଉଟାଦୁହି ବସ୍ତି ବିକାଶର ବହୁତ ଦୂରରେ ରହିଅଛି । ଏଠାରେ ଶିକ୍ଷାଅନୁଷ୍ଠାନ, ଆଙ୍ଗନବାଡି କେନ୍ଦ୍ର ମଧ୍ୟ ନାହିଁ । ଗମନା ଗମନ ପାଇଁ ରାସ୍ତା ମଧ୍ୟ ନାହିଁ  ଯୋଉଥିରେ କି ଅସୁବିଧରେ ଆମ୍ବୁଲେନ୍ସ ଗାଡି ଯିବା ଆସିବା କରିପାରିବ । ଏଠାରେ ୩୦ ଗୋଟି ପରିବାର ବସବାସ କରୁଥିବାବେଳେ ୧୦୦ ରୁ ଉର୍ଦ୍ଧ ଲୋକ ରହୁଛନ୍ତି ଏହି ଅଞ୍ଚଳକୁ ସ୍ୱାସ୍ଥ୍ୟ ଯୋଗେଇବା ତଥା କରୋନା ଟୀକା ଦେବାରେ ବ୍ଲକ ସ୍ଵାସ୍ଥ୍ୟ ବିଭାଗକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏହି ଅଞ୍ଚଳରେ ଥିବା କାଦୁଅ ରାସ୍ତାରେ ତଳିତଳାନ୍ତ ଅବସ୍ଥାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ୧୦୯ ଜଣକୁ ଆଣ୍ଟିଜେନ ଟେଷ୍ଟ କରାଯାଇ ଥିଲା । ତନ୍ମଧ୍ୟରୁ ଜଣକୁ ପୋଜିଟିଭ ଚିହ୍ନଟ କରାଯାଇଥିଲା । ତା ସହିତ ୧୮ରୁ ୪୪ବର୍ଷ ପର୍ଯନ୍ତ ପ୍ରାୟ ୭୭ଜଣକୁ କରୋନା ଟୀକା ଦିଆଯାଇଥିଲା । ଏହି ଅଞ୍ଚଳର ଜରାଜୀର୍ଣ୍ଣ ରାସ୍ତାର ଅବସ୍ଥା ବିଷୟରେ ସ୍ଥାନୀୟ ସରପଞ୍ଚ ସ୍ୱୀକୃତି ଛତ୍ରୀଆ ଙ୍କୁ ପଚାରିବାରୁ ମାଟିକାମ ପରେ ରାସ୍ତାରେ ମୁରୁମ ନ ପଡିବାରୁ ଏହି ଅବସ୍ଥା ହେବାର ସୂଚନା ଦେଇଛନ୍ତି ।

Related Posts

About The Author

Add Comment