ଢ଼େଙ୍କାନାଳ, 22.01.2021 (ସନ୍ଧାନ ନିଉଜ୍):- ଦୀର୍ଘ ୯ ମାସ ପରେ ପୁଣି ଚଳ ଚଞ୍ଚଳ ହୋଇ ଉଠିଛି କପିଳାଶ ମନ୍ଦିର। କରୋନା କଟକଣା ପରେ ଶୁକ୍ରବାରଠାରୁ ସାଧାରଣ ଭକ୍ତଙ୍କ ଦର୍ଶନ ଲାଗି ଅନୁମତି ମିଳିଛି । ବର୍ତ୍ତମାନ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟର ଆବଶ୍ୟକତା ନାହିଁ। ଦୀର୍ଘ ମାସ ପରେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳର କପିଳାଶ ଚଳ ଚଞ୍ଚଳ ହୋଇ ଉଠିଛି। ଆଜି ସକାଳୁ ବିଭିନ୍ନ କପିଳାଶ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା । ଏପରି କି ଦୀର୍ଘ ମାସର କଟକଣା କୋହଳ ପରେ ପ୍ରଭୁଚନ୍ଦ୍ର ଶେଖରଙ୍କ ଦର୍ଶନ ଟିକିଏ ପାଇଁ ବ୍ୟାକୁଳ ଭକ୍ତ ଓ ଶ୍ରଦ୍ଧାଳୁମାନେ ମନ ଭରି ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ମାସ ହେବ କପିଳାଶ ମନ୍ଦିର ପରିସର ଖାଁ ଖାଁ ଲାଗୁଥିଲା । ତେବେ ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ ରିପୋର୍ଟ ବାଧ୍ୟତା ମୂଳକ ହୋଇନଥିଲେ ମଧ୍ୟ ସେମାନଙ୍କୁ ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତା ଉପରେ ଯତ୍ନବାନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭକ୍ତ ଏବଂ ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ପ୍ରଭୁଙ୍କୁ ଦର୍ଶନ କରିବେ, ସେନେଇ ମନ୍ଦିର କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
୯ ମାସ ପରେ ଲାଗିଲା ଭକ୍ତଙ୍କ ଗହଳି: ଦର୍ଶନ ପାଇଁ ଦରକାର ନାହିଁ କୋଭିଡ୍ ରିପୋର୍ଟ
|
January 22, 2021 |
![](https://sandhannews.com/wp-content/uploads/2021/01/ja-7.jpg)