ବାରିପଦା, 26.11.2020 (ଲିଙ୍ଗରାଜ ପଣ଼୍ଡା): ମୟୁରଭଞ୍ଜ ଜିଲ୍ଲାରେ ୨୦୨୦-୨୧ ରବି ଫସଲ ଚାଷ ପାଇଁ ଜିଲ୍ଲାସ୍ତରୀୟ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲପାଳ ବିନୀତ ଭରଦ୍ବାଜାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ବେବିନାର ଜରିଆରେ ଅନୁଷ୍ଠିତ ହୋଇଥିଲା ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ଦାସ, ଡିଆର୍ସିଏସ୍ ଦମୟନ୍ତି ସିଂ, ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ତ, ସଂଘମିତ୍ରା ପଟ୍ଟନାୟକ ପ୍ରମୁଖଙ୍କ ସମେତ ତିଡିଏମ୍ ନାବାର୍ଡ, ଜିଲ୍ଲାର ସମସ୍ତ କୃଷି ଅଧିକାରୀ, ସମ୍ପୃକ୍ତ ଲାଇନ ବିଭାଗ ପଦାଧିକାରୀମାନେ ଅନ୍ଲାଇନ୍ରେ ଯୋଡ଼ି ହୋଇଥିଲେ। ଚଳିତ ଖରିଫ୍ ଫସଲ ଓ ଆସୁଥିବା ରବି ଫସଲ କାର୍ଯ୍ୟଖସଡ଼ା ସଂପର୍କରେ ଆଲୋଚନାହୋଇଥିଲା । ଚଳିତ ଖରିଫ ଋତୁରେ ଜିଲ୍ଲାର । ମୌସୁମୀ ବୃଷ୍ଟିପାତର ପରିମାଣ ୧୧୦୫.୯୦ମିମି ରେକର୍ଡ ହୋଇଥିବା ବେଳେ ଏହା । ଜିଲ୍ଲାର ସ୍ବଭାବିକ ବୃଷ୍ଟିପାତ ୧୨୨୫.୦ ମିମି ପରିମାଣରୁ ୯.୭୨% କମ୍ ବୋଲି ସୂଚନା ଦିଆଯାଇଥିଲା। ସେହିପରି ଚଳିତ ଖରିଫ ଋତୁରେ ମୋଟ୍ ୪,୩୭,୦୦୦ ହେକ୍ଟର ଜମିରେ ବିଭିନ୍ନ ଫସଲ ପାଇଁ ଧାର୍ଯ୍ୟ ଲକ୍ଷ୍ୟରୁ ୩,୭୬,୨୯୪ ହେକ୍ଟର ଜମିରେ ଭଲ ଫସଲ ହୋଇଛି ଓ ଉତ୍ପାଦନ ଆଶାଜନକ ହେବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା। ଏଥିସହ ୨୦୨୦-୨୧ ରବି ଫସଲ କାର୍ଯ୍ୟ ଖସଡ଼ା ଉପରେ ସବିଶେଷ ଆଲୋଚନା ହୋଇଥିଲା ।ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାରେ ଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ଉତ୍ସର ଉପଯୋଗିତାକୁ ଆଧାର କରି ମୋଟ ୯୯,୭୦୦ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିରେ ଧାନ ୫୮୧୧ହେକ୍ଟର, ଗହମ ୫୬୪ ହେକ୍ଟର, ଉନ୍ନତମାନର । ମକା ୧୮୩୭ ହେକ୍ଟର, ମୁଗ ୧୧୬୫୦ ହେକ୍ଟର, ବିରି ୩୦୮୪ ହେକ୍ଟର, କୁଳଥ ୭୧୮୪ ହେକ୍ଟର ଓ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ୧୫, ୧୩୨ ହେକ୍ଟର, ଚିନାବାଦାମ ୪୧୧୦ ହେକ୍ଟର, ସୂର୍ଯ୍ୟମୁଖୀ ୪୪୨ ହେକ୍ଟର, ସୋରିଷ ୬୫୮୫ ହେକ୍ଟର ଓ ଅନ୍ୟାନ୍ୟ ତୈଳବୀଜ ଜାତୀୟ ଫସଲ ୩୨୧୩ ହେକ୍ଟର, ଆଳୁ ୧୩୦୩ ହେକ୍ଟର, ପିଆଜ ୧୮୬୫ ହେକ୍ଟର ଓ ଅନ୍ୟାନ୍ୟ ପନିପରିବା । ଜାତୀୟ ଫସଲ ୨୯୬୪୮ ହେକ୍ଟର ଏବଂ ମସଲା ଜାତୀୟ ଫସଲ ୭୧୭୨ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଚଳିତ ରବି ଋତୁରେ ବିଭିନ୍ନ ଫସଲ ଚାଷ ପାଇଁ ମୋଟ ୨୬୮୯ କ୍ୟୁଣ୍ଟାଲ ବିହନ, ୧୫,୯୯୯ ମେଟ୍ରିକ ଟନ ରାସାୟନିକ ସାର ଓ ୨୪,୩୦ ହେକ୍ଟର ଜମିରେ ଜୈବିକ ସାର ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ନାବାର୍ଡ କୃଷି ସମବାୟ ଓ ରାଷ୍ଟ୍ରାୟତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ଆବଶ୍ୟକୀୟ କୃଷି ଋଣ ଯୋଗାଇ । ଦେବାର ବ୍ୟବସ୍ଥା କରାଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଜିଲ୍ଲାର ସମସ୍ତ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ଚାଷୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କ୍ଷେତ୍ର ପ୍ରଦର୍ଶନୀ ଫସଲ ଚାଷ ଓ କୃଷି ଭିତ୍ତିକ ବିଭିନ୍ନ ଫସଲ ଚାଷ ଦିଗରେ ଦୃଷ୍ଟି ଦେଇ ତାଲିମ କର୍ମଶାଳା ଆୟୋଜନ ଓ ଏହି କାର୍ଯ୍ୟକ୍ରମଗୁଡିକର ଫୋଟ, ଭିଡିଓ ଆଦି ଡକ୍ୟୁମେଣ୍ଟେସନ୍ ସହ ସବିଶେଷ ବିବରଣୀ ପ୍ରସ୍ତୁତ କରି ରଖିବା ପାଇଁ ସମସ୍ତ କୃଷି ଓ ସମ୍ପୃକ୍ତ ଲାଇନ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବୈଠକରେ ୨୭ତମ କୃଷି ବୈଷୟିକ ପରିଚାଳନା ସଂସ୍ଥା(ଆତ୍ମା) ଯୋଜନା କର୍ଯ୍ୟକ୍ରମ ଉପରେ ଉପସ୍ଥାପିତ କାର୍ଯ୍ୟ । ଖସଡା ସଂପର୍କରେ ଆଲୋଚନା କରାଯାଇଥିଲା।
୯୯,୭୦୦ ହେକ୍ଟର ଜମିରେ ହେବ ରବି ଫସଲ
|
November 26, 2020 |
