ପୁରୀ, 24.01.2021 (ସନ୍ଧାନ ନିଉଜ୍):– ପୁରୀ ଜିଲ୍ଲାରୁ ପୁଣି ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ । ପିପିଲି ହରିପୁର ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କଠାରୁ ୩୦ ଗ୍ରାମ ଓ ଡେଲାଙ୍ଗ ଥାନା ସେବକ ସାହି ପାଟଣାର ରାମଚନ୍ଦ୍ର ବେହେରାଙ୍କଠାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ଦର ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ବାବଧାନରେ ଶନିବାର ସକାଳୁ ଅବକାରୀ ଟିମ୍ ଚଢ଼ାଉ କରିଥିଲେ ।
୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
|
January 24, 2021 |



