ଖୁଣ୍ଟା, 3/11( ସନ୍ଧାନ ନ୍ୟୁଜ୍);- ଖୁଣ୍ଟା ଥାନା ଅଧିନ ଶିମିଳିପାଳ ପାଦ ଦେଶ ନିକଟରୁ ୧୦ କିମି ମଧ୍ୟରେ ଥିବା ୮ ଗୋଟି କ୍ରସରକୁ ମାସକ ପୂର୍ବରୁ ପ୍ରଶାସନ ସିଲ କରିଥିବା ବେଳେ ସୋମବାର ପୁଲିସ ପକ୍ଷରୁ ସମସ୍ତ କ୍ରସର ପରିସରରେ୧୪୪ ଧାରା ଜାରିକରିଛି । କପ୍ତିପଦା ଉପଜିଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରଟ ଭାବେ ଖୁଣ୍ଟା ତହସିଲଦାର ସ୍ମରଣ କୁମାର ପୃଷ୍ଟି ଓ ଆଇଆଇସି ସ୍ପଲତା ମିଞ୍ଜଙ୍କ ଉପସ୍ଥିତିରେ ପୁଲିସ ଉକ୍ତ କ୍ରସରରେ ୧୪୪ ଧାରା ଜାରି କରିଥିଲା । ଜାରତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) – ଦ୍ଵାରା ଶିମିଳିପାଳର ପାଦଦେଶରୁ୧୦ କିମି ଦୂରତା ମଧ୍ୟରେ ଥିବା ଅଞ୍ଚଳ ଇକୋ ସେନସିଟିଭ ଜୋନ ଘୋଷଣା କରାଯାଇଥିବା ବେଳେ ଉକ୍ତ ଅଞ୍ଚଳରେ କୌଣସି ପ୍ରକାର ପରିବେଶ ବିରୋଧ ଗତିବିଧୂକୁ ନିଷେଧ ପାଇଁ ନିୟମ ରହିଛି। ଏନଜିଟି ନିୟମକୁ ଦୃଷ୍ଟିରେ ରଖ୍ ଗତ ୨୯-୯-୨୦୨୦ତାରିଖରେ ଉକ୍ତ କ୍ରସର ଗୁଡିକୁ ପ୍ରଶାସନ ସିଲ କରିଦେଇଥିଲା । ସେତେବେଳେ କ୍ରସର ମାଲିକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦୀର୍ଘ ଦିନ ପରେ ପ୍ରଶାସନର ଏନଜିଟିର ନିୟମ କଥା ମନେ ପଡିଲା ବୋଲି ସାଧାରଣରେ ଖୋଲାଖୋଲି ସମାଲୋଚନା ମଧ୍ୟ ହେଲା । ପରବର୍ତ୍ତି ସମଯରେ କ୍ରସର ସିଲ କରାଯିବା ସଙ୍ଗେ କେତେକ କ୍ରସର ନିୟମ ଭାଙ୍ଗି ଲୁଚା ଚୋରାରେ ରାତିରେ କ୍ରସର ଚଲାଉଥିବା ଅଭିଯୋଗ ମଧ୍ୟ ହୋଇଛି । ସେଥିପାଇଁ ସମ୍ଭବତଃ ପ୍ରଥମ ଥର ସକାଶେ କ୍ରସର ପରିସରରେ ୧୪୪ ଧାରା ଜାରି କରାଯିବାର ଆବଶ୍ୟକତା ଦେଖାଗଲା ବୋଲି ଆଲୋଚନା ହେଉଛି । ଅନ୍ୟଥା କ୍ରସର ସିଲ ସମୟରେ ୧୪୪ ଧାରା ଜାରି କରାଯାଇପାରିଥାନ୍ତା । ସୋମବାର ଉପ ଜିଲାପାଳ ଭଗବାନ ବେହେରାଙ୍କ ଦ୍ବାରା ଜାରି ୮ଗୋଟି ପୃଥକ ନିର୍ଦ୍ଦେଶ କ୍ରମେ ପୁଲିସ ଉକ୍ତ ୮ କ୍ରସର ପରିସରରେ ୧୪୪ ଧାରା ଜାରି କରିଛି । ଫଳରେ କ୍ରସର ମାନଙ୍କରେ ସର୍ବାଧୂକ ୫ଜଣରୁ ଅଧୁକ ଲୋକ ଉପସ୍ଥିତ ରହି ପାରିବେ ନାହିଁ ବୋଲି ତହସିଲଦାର ଶ୍ରୀ ପୃଷ୍ଟି କହିଛନ୍ତି । ଅପରପକ୍ଷେ ପଥର ଓ ମାଙ୍କଡା ପଥର ଖାଦାନ ଗୁଡିକରେ୧୪୪ ଧାରା ଜାରି କରାଯାଇଥିବା ବେଳେ ତାକୁ ଖୋଲାଖୋଲି ଉଲଙ୍ଘନ କରାଯାଇଆସୁଛି । ଯାହା ନିୟମିତ ଭାବେ ପଥର ଓ ମାଙ୍କଡା ପଥର ଖାଦାନ ମାନଙ୍କରୁ ପଥର ଚୋରି କରାଯାଉଥିବା ନେଇ ପୁଲିସ ଓ ରାଜସ୍ ବିଭାଗର କାର୍ଯ୍ୟାନୁଷ୍ଠାନରୁ ପ୍ରମାଣିତ । ଆଜି ୧୪୪ ଧାରା ଜାରି ପରେ ଅଭିଯୋଗ ମୁତାବକ ନିୟମ ଭାଙ୍ଗି ରାତିରେ ଚାଲୁଥିବା କେତେକ କ୍ରସର ନିୟନ୍ତ୍ରଣକୁ ଆସିବେ କିମ୍ବା ନିୟମ ଉଲଙ୍ଘନ କରିବେ ତାହା ଆଗକୁ ଜଣାପଡ଼ିବ ।
୮କ୍ରସରରେ ୧୪୪ ଧାରା ଜାରି
|
November 3, 2020 |


