ବାରିପଦା,୦୧/୦୧/୨୦୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ଆସନ୍ତା ଜାନୁଆରୀ ୭ ତାରିଖରେ ହୀରାକୁଦ ଜଳଭଣ୍ଡାର ସମେତ ପାର୍ ଚ୍ୟାନେଲ୍ରେ ବିଦେଶାଗତ ପକ୍ଷୀଙ୍କ ଗଣନା କାର୍ଯ୍ୟକ୍ରମ ହେବ । ଏଥିରେ ୩ଟି ବନ୍ୟପ୍ରାଣୀ ଡିଭିଜନ୍ର ଅଧୁକାରୀ ଏବଂ ଟିମ୍ ସାମିଲ ହେବେ । ଏନେଇ ଆଜି ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ହୀରାକୁଦ ଜଳଭଣ୍ଡାରରେ ଗତ ଅକ୍ଟୋବର ମାସ ଶେଷ ସପ୍ତାହ ଠାରୁ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି । ସୁଦୂର ସାଇବେରିଆ ଅଞ୍ଚଳରୁ ଲକ୍ଷାଧିକ ସଂଖ୍ୟାରେ ପକ୍ଷୀ ଆସି ଜଳଭଣ୍ଡାରର ବିଭିନ୍ନ ସ୍ଥାନରେ ସମାଗମ ହୋଇଥାନ୍ତି । ବିଶେଷ କରି ବରଗଡ ଏବଂ ଝାରସୁଗୁଡା ଜିଲ୍ଲାର ଜଳଭଣ୍ଡାରର ତିଲଗିରୁ ତିଲିଆ ତଥା, ପଥରସେନରୁ ଗୋବିନ୍ଦପୁର ଆଜି ବିଭିନ୍ନ ଅଞ୍ଚଳ ସମେତ ସମ୍ବଲପୁରର ଲେପ୍ଟ ଡାଇର ଜମାଦାରପାଲି, ପିତାପାଲି, ବଲବସପୁର, ରାଇଟ୍ ଡାଇର ଜିରୋ ପଏଣ୍ଡ ପର୍ଯ୍ୟନ୍ତ ଏହି ପକ୍ଷୀଙ୍କ ସମାଗମ ଦେଖୁବାକୁ ମିଳିଥାଏ । ତେବେ, ଏବର୍ଷ ଗଣନା ପାଇଁ ସମ୍ବଲପୁର ଏବଂ ଝାରସୁଗୁଡା ବନଖଣ୍ଡ ସମେତ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ର ୨୧ଟି ସେକ୍ଟର ସକାଶେ ୨୧ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିରେ ୩ ଜଣ ଲେଖାଏଁ କରି ମୋଟ୍ ୬୩ ଜଣ ଏହି ଗଣନାରେ ସାମିଲ ହେବେ। ଏଥିପାଇଁ ସମସ୍ତଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି ।
୭ ରୁ ହୀରାକୁଦରେ ପକ୍ଷୀ ଗଣନା, ସାମିଲ ହେବେ ୨୧ଟି ଟିମ୍
|
January 1, 2021 |