୭ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

Spread the love

ବାରିପଦା ,15.01.2021(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଆସନ୍ତାକାଲି (ଶୁକ୍ରବାର) ସ୍ଥଳ ସକାଳେ ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ନେ  ପୁରୀ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ  ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର (ଏଆରସି) ବି  ପରାମର୍ଶ ଦେଇଛନ୍ତି । ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ପୌର କମିଶନରମାନଙ୍କୁ ଚିଠି ଉ ଲେଖିଛନ୍ତି । ବିଶେଷକରି ଗାଡ଼ି ଚଳାଚଳ ସମୟରେ ଦୁର୍ଘଟଣା  ଏଡ଼ାଇବାକୁ ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛନ୍ତି । ସେହିପରି ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଓଡ଼ିଶାରେ ଶୀତ ପ୍ରବାହ ହେବ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ । ବିଶେଷ କରି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ପ୍ରବାହ ଅଧିକ ଅନୁଭୁତ ହେବ। ୭ଟି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ରାତି ଓ ସକାଳ ସମୟରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଶୀତ  ପ୍ରବାହ ହେବାର ସମ୍ଭାବନା ଥିବାରୁ ଥଣ୍ଡାଜନିତ ଅସୁସ୍ଥତା ବଢ଼ିବାର ସମ୍ଭାବନା ରହିଛି । ପୂର୍ବରୁ ଦିଆଯାଇଥିବା ପରାମର୍ଶ ଅନୁସାରେ ଜିଲ୍ଲାପାଳମାନେ ରାତି ସମୟରେ ସ୍କୁଲ ଘର ଓ କମ୍ୟୁନିଟି ବିଲିଂଗୁଡିକୁ ରାତ୍ରି ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରିପାରିବେ । ଶୀତ ପ୍ରବାହ ନେଇ ପୂର୍ବରୁ ଲୋକମାନଙ୍କୁ ସଚେତନ କରିବାକୁ  ଏଆରସି ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆବଶ୍ୟକ ପ୍ରସ୍ତୁତି କରିବାକୁ କହିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ବାସ ପୂର୍ବାନୁମାନ କରିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବାଭାବିକ ତାପମାତ୍ରା ରହିଛି । ହେଲେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପବନ ବୋହିବ। ଫଳରେ ଉତ୍ତର- ପଶ୍ଚିମ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ । ଉପକୂଳ ଓଡ଼ିଶାର ମଧ୍ୟ ଉତ୍ତର-ପଶ୍ଚିମ ଓଡ଼ିଶା ତୁଳନାରେ ଅକ୍ଳ ଥଣ୍ଡା ଅନୁଭୂତ ହେବ ବୋଲି ଶ୍ରୀ ବିଶ୍ବାସ ଆକଳନ କରିଛନ୍ତି । ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ପୂର୍ବାନୁମାନ କରିଛନ୍ତି, ପାଗରେ ବିଶେଷ ଫରକ ପଡ଼ିବ ନାହିଁ । ଗାଁ ଗାଁ କିଛି ସ୍ଥାନରେ ୧ ଡିଗ୍ରୀ ସେଲସିୟସ୍ ତାପମାତ୍ରା କମିବ କିମ୍ବା ବଢ଼ିବ । ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି । ଗୁରୁବାର ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ପୁଣି କମିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । ଫୁଲବାଣୀରେ ୯.୫ ଡିଗ୍ରୀ, ସୁନ୍ଦରଗଡ଼ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି।

Related Posts

About The Author

Add Comment