୬୫ ତମ ରାଜ୍ୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା

Spread the love

ଗଜପତି , ୨୫/୯ (ସନ୍ଧାନ ନିୟୁଜ) -ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଭଅନୁଷ୍ଠିତ ହେଉଥିବା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି। ଗଜପତି ଜିଲ୍ଲାପାଳ ପୈାରହିତ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଏହି ଉଦ୍ଘାଟନରେ ବରେଣ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ବ୍ରହ୍ମପୁର ଚନ୍ଦ୍ର ଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା, ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବି ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ରାଜ୍ୟ ଶାରିରୀକ ଶିକ୍ଷା ବିଭାଗର ଶହ ନିର୍ଦ୍ଦେଶିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦେବି, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି,ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ମଞ୍ଚାସୀନ ଥିଲେ। ଏହି ପ୍ର ପ୍ରତିଯୋଗିତା ୨୪ ଠାରୁ ୨୭ ପଯ୍ୟନ୍ତ ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଏହି  ପ୍ରତିଯୋଗିତାରେ ସମସ୍ତ ଜିଲ୍ଲାର ପ୍ରତିଯୋଗି ମାନେ ଅଂଶଗ୍ରହଣ କରିଥିବା ବେଳେ କେଦୁଝର ଓ ସମ୍ବଲପୁରୀ ଜିଲ୍ଲା ବାଦ ପଡିଛନ୍ତି। ଏହି  ପ୍ରତିଯୋଗିତାକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି ଗୋଟିଏ ୧୭ ବର୍ଷରୁ କମ୍ ବିଭାଗ ବାଳକ ଓ ବାଳିକା ଅନ୍ଯଟି ୧୪ ବର୍ଷରୁ ବାଳକ ବିଭାଗରେ ପ୍ର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପୂର୍ବରୁ ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ପ୍ରବଳ ବର୍ଷା ହେବା ଯୋଗୁଁ ଉଦଘାଟନ କାର୍ଯ୍ୟକ୍ରମକୁ ବିଜୁ କଲ୍ୟାଣ ମଣ୍ଡପକୁ ସ୍ଥାନନ୍ତର କରାଯାଇଥିଲା।

ରିପୋର୍ଟ – ପ୍ରଭାତ କୁମାର ପାତ୍ର

Related Posts

About The Author

Add Comment