ବେତନଟୀ,୨୭/୯ ( ସନ୍ଧାନ ନ୍ୟୁଜ )-ମୟୁରଭଞ୍ଜ ଜିଲା ବେତନଟୀ ପୁଲିସ ଆନନ୍ଦ ବଜାରର ଆରଏମସି ଛକ ନିକଟରେ ଥିବା ଜଣେ ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢାଉ କରି ୬୫ବସ୍ତା ନକଲି ଗୁଟଖା ଜବତ କରିଛି । ଜବତ ଗୁଟଖାର ମୁଲ୍ୟ ଆନୁମାନିକ ଦେଢଲକ୍ଷ ଟଙ୍କା ହେବ । ଏଠାରେ ନକଲି ସାମଗ୍ରୀ ହୋଲସେଲ ରେଟରେ ବିକ୍ରି ହେଉଥିବା ପୁଲିସ ନିକଟରେ ଖବର ଥୁବେଳେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଗୁରୁବାର ଅପରାହ୍ନରେ ଅକ୍ଷୟ ଦାସଙ୍କ ହୋଲସେଲ ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରିଥିଲେ। ଥାନାଧୁରୀ ଅଶୋକ କୁମାର ନାୟକ, ଏସଆଇ ବିନୟ ରଞ୍ଜନ ପରିଡ଼ା ପ୍ରମୁଖ ଶ୍ରୀ ଦାସଙ୍କ ଦୋକାନରେ ଚଢାଉ କରିଥିଲେ। ବଡସାହି ଅତିରିକ୍ତ ତହସିଲଦାର ପୃଥୀରାଜ ପରିଡା ମାଜିଷ୍ଟ୍ରେଟ ଭାବେ ଏହି ଚଢାଉ ସମୟରେ ଉପସ୍ଥିତ ଥିଲେ । ଶ୍ରୀ ଦାସଙ୍କ ଦୋକାନ, ଦୋକାନ ନିକଟ ଗୋଦାମ ଓ ତାଙ୍କ ବାସଭବନରେ ମଧ୍ୟ ଗୁଟଖା ଥିବା ଜଣାଯାଇଛି । ଏତେ ପରିମାଣର ନକଲି ଗୁଟଖା କେଉଁଠାରୁ ଆସିଲା ତାହାର ତଦନ୍ତ ଜରୁରୀ ହୋଇଛି । ବେତନଟୀରେ କେବଳ ନକଲି ଗୁଟଖା, ନୁହେଁ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମଧ୍ୟ ନକଲି କାରବାର ଦୀର୍ଘଦିନ । ଧରି ଚାଲିଛି । ନକଲି ଜିନିଷ ବିକ୍ରୟକରି ହୋଲସେଲର ଫାଇଦା ଉଠାଉଥିବା ବେଳେ ବ୍ୟବହାରକାରୀ ଏହାକୁ ସେବନ କରି ବିଭିନ୍ନ ରୋଗର ଶୀକାର ହେଉଛନ୍ତି । କେବଳ ନକଲି ଗୁଟଖା ନୁହେଁ ନକଲି ସାବୁନ, ତେଲ ଓ ଅନ୍ୟାନ୍ୟ ବହୁ ଖାଦ୍ୟ ସାମଗ୍ରୀକୁ ଖାଉଟିଙ୍କୁ ବିକ୍ରୟକରି ବେଶ ଲାଭବାନ ହେଉଥିବା ବେଳେ ଖାଉଟିମାନେ ବିଭିନ୍ନ ରୋଗରେ ପଡୁଥିବା ଅନେକ ନଜିର ରହିଛି । ଉକ୍ତ ହୋଲସେଲ ଦୋକାନରୁ କମ ଦାମରେ ଜିନିଷ କିଣି ଗ୍ରାମାଞ୍ଚଳରେ ଦୋକାନ କରିଥିବା ଶହଶହ ଦୋକାନ ମାନଙ୍କରେ ଏହି ନକଲି ଗୁଟୁକା ବିକ୍ରୟ ହେଉଥିବା ବେଳେ ଏହାକୁ କମ ବୟସର ଯୁବକମାନେ ସେବନ କରୁଥିବା ଜଣାଯାଇଛି । ପୁଲିସ ଗ୍ରାମାଞ୍ଚଳ ଦୋକାନ ମାନଙ୍କରେ ଚଢ଼ାଉ କରିବାର ଆବଶ୍ୟକତା ରହିଛି । ପୁଲିସ ଏହି ମାମଲାରେ ଅକ୍ଷୟ ଦାସଙ୍କ ପୁଅ ବିର୍ଲା ଦାସକୁ ଅଟକ ରଖୁ ପଚରା ଉଚରା କରୁଛି । ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାଯାଇଛି । ବେତନଟୀ ଥାନାକାରୀ ଚଳିତମାସ ୧୨ତାରିଖରେ ୧୮ ଜାତୀୟ ରାଜପଥର ତୁଳସୀଚଉରା ନିକଟ ଏକ ଢାବାରୁ ୩୦ଲିଟର ବିଦେଶୀମଦ ଜବତ କରିଥିବା ବେଳେ ଏହାର ୧୨ଦିନ ପରେ ଏତେ ପରିମାଣର ନକଲି ଗୁଟଖା ଜବତ ଘଟଣାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।